ଖଣି ଅଞ୍ଚଳରେ ନିଶା ବେପାରୀ ସକ୍ରିୟ 

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: କେନ୍ଦୁଝର ଜିଲ୍ଲା ବଡବିଲ ପୋଲିସ ମଙ୍ଗଳବାର ୫୦ କେଜିରୁ ଉର୍ଦ୍ଧ୍ବ ଡୋଡା ପାଉଡର ଜବତ୍ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଡ଼ବିଲ ଥାନା ଅନ୍ତର୍ଗତ ବେଲକୁଣ୍ଡି ଫୁଟବଲ ଗ୍ରାଉଣ୍ଡ ନିକଟରେ ୩ଜଣ ନିଶା ବେପାରୀ ଦୁଇଟି ବ୍ୟାଗରେ ଡୋଡା ପାଉଡର ଧରି ଅନ୍ୟ ବେପାରୀଙ୍କୁ ବିକ୍ରି ପାଇଁ ଅପେକ୍ଷାରେ ରହିଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା ବଡବିଲ ପୋଲିସ। ଏନେଇ ବଡବିଲ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ପୱନ୍ ମହତୋ, ଭୋଲାନାଥ ମଣ୍ଡଲ୍ ଓ ସୁରୁ ଦାସ ୩ ଜଣଙ୍କୁ ଗିରଫ କରିବା ସହ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ଦୁଇଟି ବ୍ୟାଗରେ ଥିବା ୫୦ କେଜି ୩୦୫ ଗ୍ରାମ ଡୋଡା ପାଉଡର, ଗୋଟିଏ ମୋବାଇଲ ଓ ନଗଦ ଏକ ହଜାର ଟଙ୍କା ଜବତ୍ କରିଛି।

ଗିରଫ ୩ ଜଣ ନିଶା ବେପାରୀ ମାନେ ଝାଡଖଣ୍ଡ ରାଜ୍ୟର ହୋଇଥିବା ବେଳେ ଏହି ନିଶା କାରବାର ରାକେଟରେ କିଏ କିଏ ସ୍ଥାନୀୟ ବେପାରୀ ସାମିଲ ଅଛନ୍ତି ତାହାର ପୋଲିସ ତଦନ୍ତ ଜାରି ରଖିଛି। ଯଥାଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଡ଼ବିଲ ଏସଡିପିଓ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here