ଗଜପତି, ନୂଆଗଡ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦାରେ ଥିବା ଶଶୀ ମେଡିକାଲ ଷ୍ଟୋର ଉପରେ ଡ୍ରଗ୍ସ ଇନିସ୍ପେକଟରଙ୍କ ଅଚାନକ ଚଢ଼ାଉ ହୋଇଛି l ଶଶୀ ମେଡିକାଲ ଷ୍ଟୋର ରେ ସେମ୍ପଲ ମେଡ଼ିସିନ ଖୁଲମ ଖୁଲା ବିକ୍ରି କରୁଥିବାର ଖବର ପାଇ ଖଜୁରୀପଦା ପୋଲିସର ସହାୟତାରେ ସୋମବାର ଡ୍ରଗ୍ସ ଇନସିପେକ୍ଟରଙ୍କ ସମତେ ତିନିଜଣିଆ ଟିମ ଶଶୀ ମେଡିକାଲ ଷ୍ଟୋର ଉପରେ ହଟାତ ଚଡାଉ କରି ତନାଘନା କରିଥିଲେ l ପାଖାପାଖି ଚାରି ଘଣ୍ଟା କାଳ ତନାଘନା କରିଥିଲେ ଡ୍ରଗ୍ସ ଭିଭାଗ କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି କାହିଁକି ଏହି ଭଳି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲ୍ଲାରେ..? କାହିଁକି ସରଳ ଲୋକଙ୍କ ବିଶ୍ବlସରେ ବିଷ ଦେଲା ଭଳି କାର୍ଯ୍ୟ କରୁଛି ମେଡିକାଲ ଷ୍ଟୋର…? କିଛି ପଇସା ଲୋଭରେ ଶଶୀ ମେଡିକାଲ ଷ୍ଟୋରର ମାଲିକ ଲୋକଙ୍କ ଜୀବନ ସହିତ ଖେଳିବା କଣ ଠିକ..? ଏମିତି କେତେଯେ ସାମ୍ପଲ ମେଡ଼ିସିନ ଆଗରୁ ଦେଇ ନ ଥିବେ କି…? ତାର ପର୍ଦାଫାଶ କରିବ ତ ଡ୍ରଗ୍ସ ବିଭାଗ… ?
ଏମିତି ଏନେକ ପ୍ରଶ୍ନ ଓ ସନ୍ଦେହ ଘେରରେ ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ l ଏପଟେ ଡ୍ରଗ୍ସ ଇନସିପେକ୍ଟର ଶ୍ରୀ ପ୍ରସନ୍ନ କୁମାର ମଲ୍ଲିକ କହିଛନ୍ତି ଯେ,ଅନେକ ସାମ୍ପୁଲ ମେଡ଼ିସିନକୁ ଜବତ କରାଯlଇଛି ଏବଂ ଶଶୀ ମେଡିକାଲ ଷ୍ଟୋର ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ କୋର୍ଟ ରେ କେଶ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିବା ସହିତ ଲୋକଙ୍କ ଜୀବନ ସହିତ ଖେଳୁଥିବା ଘଟଣାକୁ ଆଦୌ ପ୍ରଶ୍ରୟ ଦିଆଯିବା କଥା ନାହିଁ ବୋଲି ଆଲୋଚନା ଜୋର ଧରିଛି l
ତେବେ ଏହି ଘଟଣା ପରେ ଜିଲ୍ଲାର ଡ୍ରଗ୍ସ ଅଧିକାରୀ ଶଶୀ ମେଡିକାଲ ଷ୍ଟୋର ର ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅନ୍ୟ ମେଡିକାଲ ଷ୍ଟୋର ମାନଙ୍କୁ ଯାଞ୍ଚର ପରିସର ଭୁକ୍ତ କରିବେ ନା ଏହିଭଳି ଘଟଣା ଆଉ ଅନ୍ୟ କୌଣସି ମେଡିକାଲ ଷ୍ଟୋର ରୁ ଦେଖିବାକୁ ମିଳିବ ତାହା ଦେଖିବାକୁ ବାକି ରହିଲା l