ମାତାଲ୍ ଅବସ୍ଥାରେ ଖେଳ ଶିକ୍ଷକ, ପିଲାଙ୍କୁ ଖେଳ ଶିଖାଇବା ବଦଳରେ ମାରନ୍ତି ମାଡ

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ସବୁବେଳେ ମତାଲ ଅବସ୍ତାରେ ଖେଳ ଶିକ୍ଷକ l ପିଲାଙ୍କୁ ଖେଳ ଶିଖାଇବା ବଦଳରେ ମାଡ ମାରୁଥିବା ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ସରକାରି ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରୁ l ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଖେଳ ଶିକ୍ଷକ ରବି ନାରାୟଣ ରଣl ଅଧିକାଂଶ ସମୟ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି l ଯେତେବେଳେ ବିଦ୍ୟାଳୟକୁ ଆସନ୍ତି ସବୁବେଳେ ମଦ ପିଇ ନିଶାସକ୍ତ ଅବସ୍ତାରେ ରହୁଥିବା, ଛାତ୍ର ଛାତ୍ରୀ ମାନେ କହିଛନ୍ତି l ଖେଳ ବଦଳରେ ମାଡ ମାରୁଥିବା ମଧ୍ଯ କହିଛନ୍ତି ଛାତ୍ର ଛାତ୍ରୀ l

ଦେଖନ୍ତୁ ଏନେଇ ଖେଳ ଶିକ୍ଷକ ରବି ନାରାୟଣ ରଣl ଙ୍କୁ ପଚାରିଲେ କ୍ୟାମେରା ଆଗରେ ମୁହଁ ଲୁଚାଇବା ସହ କିଛି କହିବାକୁ ମନl କରି ଦୌଡ଼ି ପଳାଉଛନ୍ତି l ସରକାର କ୍ରୀଡାର ବିକାଶ ପାଇଁ ବହୁ ଯୋଜନା କରିଛନ୍ତି l ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀ ଙ୍କ ମନରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ କିଭଳି ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ହେବ ସେଥିପାଇଁ ସରକାର ସମସ୍ତ୍ ପ୍ରକାର ବ୍ୟବସ୍ଥା କରିଛନ୍ତି l ଏଥିପାଇଁ ପ୍ରତିବର୍ଷ ପ୍ରତ୍ୟେକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ କରାଯାଉଛି l ପିଲାମାନେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି l

ସ୍କୁଲ ପିଲାଙ୍କୁ ଖେଳ ଶିକ୍ଷା ପ୍ରଦାନ ପାଇଁ ପ୍ରତି ହାଇସ୍କୁଲ ରେ ଜଣେ ଜଣେ ଖେଳ ଶିକ୍ଷକ ଙ୍କୁ ସରକାର ନିଯୁକ୍ତି କରିଛନ୍ତି l ଏଥିପାଇଁ ମୋଟା ଅଙ୍କର ଦରମା ପ୍ରଦାନ କରିବା ସହ କ୍ରୀଡାର ବିକାଶ ପାଇଁ କ୍ରୀଡା ସାମଗ୍ରି ପ୍ରଦାନ କରୁଛନ୍ତି l ହେଲେ ଅନେକ ବିଦ୍ୟାଳୟରେ ଖେଳ ଶିକ୍ଷକ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଖେଳ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି l ଫଳରେ ସରକାରଙ୍କ ମହତ ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ କି ଛାତ୍ରଛାତ୍ରୀ ମାନେ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହେଉଛି l ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୨୫୦ ଜଣ ଛାତ୍ର ଛାତ୍ରୀ ଥିବାବେଳେ ୪ ସେକ୍ସନ କରାଯାଇଛି l ଏଥିପାଇଁ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ବି.ଗୌରୀ କହିଛନ୍ତି l ତେବେ ୨୦୧୩ ରୁ ନିଯୁକ୍ତି ପାଇଥିବା ଖେଳ ଶିକ୍ଷକ ନିଶାସକ୍ତ ଅବସ୍ତାରେ ରହୁଥିବା ଯୋଗୁଁ ବହୁ ସମସ୍ୟା ଦେଖାଯାଉଥିବା ବେଳେ ତୁରନ୍ତ ତାଙ୍କୁ ଏଠାରୁ ବଦଳି କରିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here