ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ବେଗୁନିଆପଡା ପଞ୍ଚାୟତ ସମିତିର ବିଡ଼ିଓ କୌଣସି ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ପଞ୍ଚୟତ ଏବଂ ପଂଚାୟତ ସମିତିର ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ଅଟକାଇ ରଖୁଛନ୍ତି | ଆମ୍ଭେ ବାରମ୍ଭାର ପଚାରିଲେ ସେ କିଛି ସନ୍ତୋଷ ଜନକ ଉତ୍ତର ଦେଇନାହାନ୍ତି | ପ୍ରକାଶ ଥାଉକି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକର୍ମର ପ୍ରକଳ୍ପ ଗୁଡିକୁ ମଧ୍ୟ ଗ୍ରହଣ କରିଲେ ନାହିଁ | ଏମିତିକି ଜଗନ୍ନାଥଙ୍କ ଅର୍ପଣ ରଥ ଏବଂ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକର୍ମର ଦାଇତ୍ବ ଦେଲେ ନାହିଁ | ବିଧାୟିକା କବିସୂର୍ଯ୍ୟ ନଗରଙ୍କ ଚାପରେ ସେ ଅନ୍ୟ ଲୋକଙ୍କୁ ଦାଇତ୍ବ ଦେଲେ |
ଆମ୍ଭେ ହରିଜନ ଜାତିର ସରପଞ୍ଚ ହୋଇଥିବାରୁ ଆମ୍ଭ ପ୍ରତି ଅନ୍ୟାୟ କରାଯାଉଛି | ଏହା ପଂଚାୟତି ରାଜ ବ୍ୟବସ୍ଥା ବୃକ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ କ୍ଷୁର୍ଣ କରାଯାଇଛି | ପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟକର୍ମକୁ ସଂମ୍ମାନ ଜଣାଇ ଆମର ସମର୍ଥକମାନଙ୍କୁ ନିରବ ରଖିଲୁ | ଏସମ୍ପର୍କରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କୁ ଅଭିଯୋଗ ଦାବୀ ପତ୍ର ପ୍ରଦାନ କରିଛନ୍ତି ଅଙ୍ଗାରଗାଁ ସରପଞ୍ଚ ନୀଳନ୍ଦ୍ରି ସେଠି, କୁମ୍ଭାରଗାଁ ସରପଞ୍ଚ ରଶ୍ମିତା ବେହେରା ଓ ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି। ଭବିଷ୍ୟତରେ ଆମପ୍ରତି ଆଗକୁ ଏମିତି କିଛି ଅନ୍ୟାୟ କରାଗଲେ ଆମେ ରାଜରାସ୍ତାକୁ ଓଲ୍ହେଇବାକୁ ବାଧ୍ୟ ହେବୁ ବୋଲି ଗଣମାଧ୍ୟମକୁ କହିଛନ୍ତି ୩ ସରପଞ୍ଚ ।