ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦିନିକିଆ ଗଞ୍ଜାମ, ନୟାଗଡ, ଗଜପତି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ. ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଫସଲର ଅନୁଧ୍ୟାନ କରିଛନ୍ତି. ଚାଷୀଙ୍କ ସହ ସାକ୍ଷାତ କରି ଫସଲ ହାନି ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ l ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି. ବ୍ୟାପକ ଫସଲ ହାନି ହୋଇଥିବା ଚାଷୀ ଅଭିଯୋଗ କରିଥିଲେ. ବାସ୍ତବରେ ଚାଷୀ କେତେ ପ୍ରଭାବିତ ହୋଇଛନ୍ତି ଏବଂ ଫସଲ କେତେ ନଷ୍ଟ ହୋଇଛି, ଏହାର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ, ଗଜପତି, ନୟାଗଡ ଜିଲ୍ଲା ଗସ୍ତ କରିଥିଲେ. ଚାଷୀଙ୍କ ସହ ଆଲୋଚନା କରିଥିଲେ l 20 ତାରିଖରୁ ପର୍ଯ୍ୟାୟ କ୍ରମେ ଦୁଇ ଥର ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ କ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ ହୋଇଥିଲା. ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରୀ କର୍ମଚାରୀଙ୍କୁ କ୍ଷେତକୁ ପଠା ଯାଇଥିଲା ସରଜମିନ ପାଇଁ. ଗଞ୍ଜାମ ଜିଲ୍ଲାରେ ସମୀକ୍ଷା ବୈଠକ କରିଥିଲି. ଚାଷୀମାନେ ହେଉଛନ୍ତି ରାଜ୍ୟର ମେରୁଦଣ୍ଡ. ଚାଷୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ଗ୍ରହଣ କରୁଛନ୍ତି. ଚାଷୀମାନେ ହେଉଛନ୍ତି ଅନ୍ନ ଦାତା,ଚାଷୀମାନେ ଅଧିକ କ୍ଷତି ସହିଛନ୍ତି.ନୟାଗଡ ଜିଲ୍ଲା ର ମଝିଆ କାଣ୍ଡ, କାଂଦିଗୁଡା 6350 ଚାଷ ଜମି କ୍ଷତିଗ୍ରସ୍ତ ହୋଇଛନ୍ତି, ଗଜପତି ଜିଲ୍ଲାର ଲିଂଗିପୁର, ଗୁରାଣ୍ଠି ରେ ମଧ୍ୟ ଚାଷୀ ପ୍ରଭାବିତ. 2128 ହେକ୍ଟର ଜମି ପ୍ରଭାବିତ ହୋଇଛନ୍ତି. 121 ହେକ୍ଟର ଜମି ମଧ୍ୟ ପ୍ରଭାବିତ ହେବ l
ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅଧିକ ପ୍ରଭାବିତ ହୋଉଛି, ଛତ୍ରପୁର, ରଙ୍ଗେଈଲୁଣ୍ଡା ପ୍ରମୁଖ ଅଂଚଳରେ ଫସଲ ହାନି ହୋଇଥିବା ଚିତ୍ର ଦେଖିଲୁ, 37871 ହେକ୍ଟର ଧାନ ଚାଷ 822 ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି, 61540 ହେକ୍ଟର ଜମିର ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରା ଯାଉଛି ବୋଲି ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି, ଯେଉଁମାନେ ଇନ୍ସୁରାନ୍ସ କରିଛନ୍ତି କିନ୍ତୁ ଅଭିଯୋଗ କରି ପରି ନାହାନ୍ତି,ସହାୟତା ଦାବୀ ପାଇଁ ଆଉ ଗୋଟିଏ ଦିନ ବୃଦ୍ଧି କରାଯିବ, ଆକଳନ ପରେ ମିଳିବ ସହାୟତା, ରିଲିଫ କୋଡ଼ ରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି, ଭାଗ ଚାଷୀଙ୍କୁ ମଧ୍ୟ ସହାୟତା ଦେବା ପାଇଁ ବ୍ୟବସ୍ଥା କରୁଛି ସରକାର, ସରକାର ଧାନ କ୍ଷେତ କୁ ଓଲ୍ହାଇ କ୍ଷତିର ଆକଳନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ.ଓଡିଶାରେ ଅଧିକ କୃଷକ ସହାୟତା ମିଳୁଛି. ପି ଏମ ଓ ସି ଏମ କିଷାନ ଯୋଜନାରେ ଅଧିକ ସହାୟତା ମିଳୁଛି,ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଜଣାଇବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ,ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆରୁଆପଲ୍ଲୀ ଗଉଞ୍ଜୁ, ଛତ୍ରପୁର ନିକଟ ଗୋବିନ୍ଦନଗରରେ ପହଞ୍ଚି କ୍ଷୟକ୍ଷତି ଫସଲର କରିଥିଲେ ଅନୁଧ୍ୟାନ. ଅନୁଧ୍ୟାନ ବେଳେ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ. ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ଅଧିକାରୀ, କର୍ମଚାରୀ ବି ଉପସ୍ଥିତ ଥିଲେ. ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଲେ ଏବଂ କେତେ ଫସଲ ପ୍ରଭାବିତ ହୋଇଛି ବୋଲି ପଚାରିଥିଲେ ବୋଲି ଚାଷୀ କହିଛନ୍ତି. ଫସଲ ବୀମା କରିଛନ୍ତି କି…? କ୍ଷୟ କ୍ଷତି ଆକଳନ କରି ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଚାଷୀ କହିଛନ୍ତି l