ମକର ସଂକ୍ରାନ୍ତି ଉପଲକ୍ଷେ ଖସଡ଼ା ଜଳ ପ୍ରପାତ ସ୍ଥିତ ଭଗବତୀ ପୀଠ ହୋଇ ଉଠିଛି ଚଳ ଚଞ୍ଚଳ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମକର ସଂକ୍ରାନ୍ତି ଉପଲକ୍ଷେ ଖସଡ଼ା ଜଳ ପ୍ରପାତ ସ୍ଥିତ ଭଗବତୀ ପୀଠ ଠାରେ ମକର ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି  l ପବିତ୍ର ମକର ସଂକ୍ରାନ୍ତି କୁ ସାରା ଭାରତରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳନ କରନ୍ତି l ସାଧାରଣତଃ ଏହି ପର୍ବକୁ ଓଡିଶା ବାହାରେ ପୋଙ୍ଗଲ ନାମରେ ଜାଣନ୍ତି l ତେବେ ପ୍ରତିବର୍ଷ ଭଳି ମକର ସଂକ୍ରାନ୍ତି ଉପଲକ୍ଷେ ଗଜପତି ଜିଲ୍ଲାରେ ଥିବା ବହୁ ଚର୍ଚିତ ଖସଡ଼ା ଜଳ ପ୍ରପାତ ସ୍ଥିତ ଭଗବତୀ ପୀଠରେ ମଧ୍ୟ ମକର ମୋହତ୍ସବ ଅନୁଷ୍ଠିତ ହେଇଯାଇଛି l ତେବେ ହଜାର ହଜାର ଭକ୍ତଙ୍କ ସମାଗମରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଅବସର ରେ ଖସଡ଼ା ଠାରେ ଏକ ଲୁହା ପୋଲର ଉଦ୍ଘାଟନ ସହ ବାସୁଦେବ ମନ୍ଦିରର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି I

LEAVE A REPLY

Please enter your comment!
Please enter your name here