ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ସକାଳୁ ସକାଳୁ ଜାପାନର ଇଶିକାୱାରେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁଯାୟୀ ଆଜି ସକାଳ ୬ଟା ୩୧ ରେ ଏହି ଭୂକମ୍ପ ଘଟିଛି। ରିପୋର୍ଟ ହୋଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଥିଲା। ଲଗାତାର ଦୁଇଥର ଭୂକମ୍ପ ଘଟିଛି। ମାତ୍ର ୫ ମିନିଟ୍ ପରେ ୬ଟା ୩୬ରେ ୪.୮ ତୀବ୍ରତାଯୁକ୍ତ ଭୂକମ୍ପ ଘଟିଥିଲା। ବିଲ୍ଡିଂଗୁଡିକ ଥରୁଥିବାର ଲୋକମାନେ ଦେଖିଲେ, ଯାହାର ଭିଡିଓ ଏବେ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭୂକମ୍ପ ଯୋଗୁଁ ସମଗ୍ର ଦେଶରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା। ଫଳରେ ବୁଲେଟ୍ ଟ୍ରେନର ଚକ ଅଟକି ଯାଇଥିଲା, ଯଦିଓ ଭୂକମ୍ପ ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆରସୃଷ୍ଟି ହୋଇଥିଲା କିନ୍ତୁ ସୁନାମି ବିଷୟରେ କୌଣସି ସତର୍କ ସୂଚନା ନାହିଁ। ମାତ୍ର ଲୋକେ ସୁନାମୀ ଗୁଜବ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଗୁଜବକୁ ବିଶ୍ବାସ ନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।