ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- : ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଡିଭିଜନାଲ ରେଳପଥ ପ୍ରବନ୍ଧକ ଲଳିତ ବୋହରା, ପୂର୍ବତଟ ରେଳପଥର ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କରି ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିଛନ୍ତି | ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ନୌପଡା-ଗୁଣୁପୁର ସେକ୍ସନ ସହିତ ପ୍ରମୁଖ ରେଳ ସୁବିଧାଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ,ବିଭିନ୍ନ ରେଳ ସୁବିଧା ଓ ସୁରକ୍ଷାର ପ୍ରତି ଧ୍ୟାନ ଦେଇଥିଲେ ।

ଶ୍ରୀ ଫଙ୍କୱାଲ ଅମୃତ ଭାରତ ଷ୍ଟେସନ କାର୍ଯ୍ୟ ଅଧୀନରେ ବିକଶିତ ହେଉଥିବା ଅପେକ୍ଷା ହଲ୍, ଶୌଚାଳୟ, ପାଣି ବୁଥ୍, ଆସନ ବ୍ୟବସ୍ଥା, ରେଳ କାର୍ଯ୍ୟାଳୟ, ୧୨ ମିଟର ଫୁଟ୍ ଓଭରବ୍ରିଜ୍ ଇତ୍ୟାଦି ସମେତ ଷ୍ଟେସନର ସମସ୍ତ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ଫଙ୍କୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ଏହା ସହ ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଅମୃତ ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ବୋଲି କହିଥିଲେ । ଏହା ପରେ, ମହାପ୍ରବନ୍ଧକ ଗୁଣୁପୁର ରେଳ ଷ୍ଟେସନକୁ ଯାଇଥିଲେ |

LEAVE A REPLY

Please enter your comment!
Please enter your name here