କଟକ ( ବିପ୍ଲବୀ ପରିକ୍ରମା ):- -ମନରେ ଇଛାଶକ୍ତି ଓ ଆଗ୍ରହ ଆତ୍ମବିଶ୍ବାସ ବଢାଇବା ସହ କିଛି କରିବାର ପ୍ରଚେଷ୍ଟା ଥିଲେ ଜଣେ ସଫଳତାର ନିକଟବର୍ତ୍ତୀ ହେବା ସହ ସଫଳତା ମଧ୍ୟ ପାଇପାରିଥାଏ । ଯାହାର ଉଦାହରଣ ହେଉଛନ୍ତି,କଟକ କନ୍ଦରପୁର ଅଞ୍ଚଳ ର ଅସିତ ଜେନା ନାମକ ଜଣେ ଯୁବକ, ଯିଏ ଗୋଟିଏ ଏକର ଜାଗାରେ ଥାଇଲାଣ୍ଡ ପ୍ରଜାତିର ପିଜୁଳି, କୋଳି , ପଣସ , ଆମ୍ବ ସହ ବିଭିନ୍ନ ପ୍ରକାର ର ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା।
ପାରମ୍ପାରିକ ଚାଷ ଛାଡ଼ି ଏବେ ନୂତନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବର୍ତ୍ତମାନର ଶିକ୍ଷିତ ଯୁବ ଗୋଷ୍ଠୀ । ନୂତନ ଚାଷ ପ୍ରଣାଳୀ ଜାଣିବା ଓ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ସଫଳ ମଧ୍ୟ ହେଉଛନ୍ତି । ୟୁଟ୍ୟୁବରୁ ଫଳ ଚାଷ ବିଷୟରେ ଜାଣି ପୁରା ଗୋଟିଏ ଏକର ଜମିରେ ଚାଷ କରିଛନ୍ତି କଟକର ଜଣେ ଅଗ୍ରଣୀ ଚାଷୀ। ଥାଇଲାଣ୍ଡ ପ୍ରଜାତିର ପିଜୁଳି, କୋଳି , ପଣସ , ଆମ୍ବ ସହ ବିଭିନ୍ନ ପ୍ରକାର ର ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା l କଟକ କନ୍ଦରପୁର ଅଞ୍ଚଳର ଅସିତ ଜେନା, ଆଇଟି ଚାକିରୀ ଛାଡି କରୁଛନ୍ତି ବିଭିନ୍ନ ପ୍ରକାରର ଚାଷ, କୋଭିଡ ସମୟ ରୁ ହିଁ ସେ ଏହି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ।
” ତେବେ ତାଙ୍କ ଛୋଟ ବେଳୁ ଚାଷ ପ୍ରତି ଦୁର୍ବଳତା ଥିଲା, ଯେଉଁ କାମ ରେ ଲାଗେ ସେ କାମ ଟିକୁ ମନ ଦେଇ କରିଥାଏ, ଭାରି ପରିଶ୍ରମୀ ଅସିତ, କୋଭିଡ ସମୟ ରେ ହିଁ ସେ ଏହି ଚାଷ କାମ ଆରମ୍ଭ କରିଥିଲା, ମନ ଭିତରେ ଟିକେ ଭୟ ଥିଲେ ବି ଆତ୍ମବିଶ୍ବାସ ଥିଲା ତାର , କାଳେ ଏତେ ଟଙ୍କା ପ୍ରଥମରୁ ଚାଷ ରେ ଲଗାଇ କ୍ଷତି ସହିବକୁ ପଡିବ ନାହିଁ ତ ବୋଲି ଡର ଥିଲା, ହେଲେ ତାର ପରିଶ୍ରମ ଓ ଉଦ୍ୟମ ପାଇଁ ଆଜି ସେ ଭଲ ରୋଜଗାର କରି ପାରୁଛି।। ତାର ଏଭଳି ଚାଷ କାମ ଦେଖି ଆମ ଅଞ୍ଚଳ ର ଯୁବକ ମାନେ ଅସିତ ଠାରୁ ପ୍ରେରଣା ଓ ଉତ୍ସାହ ପାଉଛନ୍ତି ” ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l
ଆଗକୁ ଆହୁରି ଅଧିକ କିଛି କରିବା ପାଇଁ ଇଛା ଅଛି, ଫଳ ଚାଷ ସହ କୁକୁଡ଼ା ପାଳନ କରି ଅଧିକ ରୋଜଗାର କରିବା ଲକ୍ଷ୍ୟ ରଖିଛି, ଯଦି କିଛି ସରକାରୀ ସାହାଯ୍ୟ ମିଳି ପାରନ୍ତା ତାହାଲେ ଆହୁରି ଚାଷ କାର୍ଯ୍ୟ ରେ ଉନ୍ନତି ଆଣି ପାରନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି ନିଜେ ଅସିତ l