ଆସୁଛି ଇଦ୍ ଓ ରାମ ନବମୀ, ଏପ୍ରିଲ ୧୫ ଯାଏଁ ପୋଲିସଙ୍କ ଛୁଟି ବାତିଲ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଇଦ୍ ଏବଂ ରାମ ନବମୀ ପାଇଁ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ୍ । ଆଗକୁ ଆସୁଛି ଇଦ୍ ତା ସହିତ ପବିତ୍ର ରାମ ନବମୀ । ଏନେଇ ରାଜ୍ୟରେ ଚଳଚଞ୍ଚଳ ମୁସଲମାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଭାଇ-ଭଉଣୀମାନେ । ଘରେ ଘରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟରେ କିପରି ଭାଇଚାରା ଓ ସଦଭାବନାର ସହ ଇଦ୍,ରାମ ନବମୀ ଏବଂ ହନୁମାନ ଜୟନ୍ତୀ ପାଳନ ହେବ ସେନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପାଟ୍ରୋଲିଂକୁ ବଢାଯାଇଥିବା ବେଳେ ଅପରାଧୀଙ୍କ ଗତିବିଧିକୁ କଡ଼ା ନଜର ରଖିଛି ପୋଲିସ । ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲା ଏସପି ଓ ଆଇଜି, ଡିଆଇଜିଙ୍କ ସହ ସରିଛି ବୈଠକ । ଏଥିପାଇଁ ଆସନ୍ତା ୧୫ ତାରିଖ ଯାଏଁ କିଛି ନିର୍ଦ୍ଧିଷ୍ଟ ପୋଲିସ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଥିବା ବିିଭାଗ ପକ୍ଷରୁ ସୂଚନା ମିଳିଛି ।ଏନେଇ ସମସ୍ତ ଜିଲ୍ଲା ଏସପି,ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ବିଶେଷ କରି ଯେଉଁସବୁ ଅଞ୍ଚଳ ସମ୍ବେଦନଶୀଳ ସେହି ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।

 

ଆସନ୍ତା ୧୫ ତାରିଖ ଯାଏ ହୋମଗାର୍ଡ,ଏପିଆର, ଓଆର ଓ ଓଏପିଏଫ ପୋଲିସ କର୍ମଚାରୀମାନଙ୍କର ସାଧାରଣ ଛୁଟି ବାତିଲ କରଯାଇଛି । ଅତି ଆବଶ୍ୟକ କିମ୍ବା ମେଡ଼ିକାଲ କେସରେ ଛୁଟି ନେଇପାରିବେ । ଏନଜିଓ ଓ ଏନସିସି ଭଲ୍ୟୁଣ୍ଟର ମାନଙ୍କୁ ମଧ୍ୟ ଟ୍ରାଫିକ ଓ ଅନ୍ୟ ପରିଚାଳନାରେ ନିୟୋଜନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଓ୍ବାରେଣ୍ଟି ମାନଙ୍କୁ ଧରିବା ଓ ଥାନାରେ ଆସି ହାଜିରା କରାଇବା ଏବଂ ଅଭ୍ୟାସ ଗତ ଅପରାଧୀଙ୍କ ଗତିବିଧି ନଜର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।

ପୋଲିସ ଡିଜଙ୍କ କାର୍ଯ୍ୟାଳୟ ପକ୍ଷରୁ ମଳିଥିବା ସୂଚନା ଅନୁସାରେ ଉଭୟ ରାମ ନବମୀ ଓ ଇଦ୍କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ । ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚାଲିଛି । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ନଜର ରଖିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ପାଇଁ ଡିଜିପି ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here