ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗାଁ ରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ଜଣେ ବୃଦ୍ଧ ଙ୍କୁ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣକ ହେଲେ କାଳିଆ ମାଝୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତି ରେ କାଳିଆ ମାଝୀ ନିଜ ନାତି ସହ ସୋଇଥିବା ସମୟ ରେ କୌଣସି ଦୁଇ ଦୁବୃର୍ତ୍ତ ଆସି କାଳିଆ ଙ୍କୁ ଡାକି ଛୁରୀ ରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପରେ ଘର ଲୋକଙ୍କ ସହ ପରିବାର ଲୋକେ କାଳିଆ କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ପ୍ରଥମେ ଖଡ଼ିଆଳ ଓ ପରେ ନୂଆପଡ଼ା ଚିକିତ୍ସାଳୟ ରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ । ଗତକାଲି ନୂଆପଡ଼ା ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥା ରେ କାଳିଆ ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖଡ଼ିଆଳ ଥାନା ରେ ପରିବାର ତରଫରୁ ଏକ ମାମଲା ଦେଇଥିଲେ । ରିପୋର୍ଟକୁ ଆଧାର କରି ଖଡ଼ିଆଳ ଏସଡିପିଓ ଙ୍କ ନେତୃତ୍ଵ ରେ ଏକ ଟିମ୍ ଗଠନ କରି ସନ୍ଧାନିକୁକୁର ଓ ସାଇନ୍ଟିଫିକ ଟିମ ସହାୟତା ରେ ତଦନ୍ତ ଜାରି ରଖିଥିବା ଖଡ଼ିଆଳ ଏସ୍ଡିପିଓ ସୂଚନା ଦେଇଛନ୍ତି ।