ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡିଶା ଆସୁଛନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଆଉ ଅଳ୍ପ କେଇଦିନ ରହିଲା ସାଧାରଣ ନାର୍ବାଚନ । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପଟେ ପ୍ରତ୍ୱେକ ପାର୍ଟି ନିଜ ନିଜର ସତ୍ତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ କଲେଣୀ । ତେବେ ଏନେଇ ଆଲୋଚନା ଓ ସମୀକ୍ଷା କରିବାକୁ ନିର୍ବାଚନ କମିଶନ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ନିର୍ବାଚନ କମିସନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ ।
ତେବେ ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେଣୁ ଏହା ପୂର୍ବରୁ ନିର୍ବାଚନ କମିସନ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ ।