ନିର୍ବାଚନୀ ହିଂସା : ପ୍ରଦୀପ-ଶିବଶଙ୍କର ହାତାହାତି

0
Oplus_131072

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି, ତୁମୁଳକାଣ୍ଡ। ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ଅଭିଯୋଗ । ସାମ୍ନାକୁ ଆସିଛି ଆକ୍ରମଣ ବେଳର ସିସିଟିଭି ଭିଜୁଆଲ । ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଏବେ ସେ ଏମକେସିଜି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ ।

ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।ଶିବଶଙ୍କର ଦାସ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି । ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here