ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗଡା ଗ୍ରାମପଂଚାୟତ ଧୀରଳ ଗ୍ରାମରେ ପୋଖରୀର ପାଣି ଶୁଖାଇ ମାଛ ଧରିବାକୁ ଲଗା ଯାଇଥିବା ଏକ ପାଣି ପମ୍ପ ର ବିଦ୍ୟୁତ ତାର ରେ ଲାଗି ଗତକାଲି ଜଣେ ନାବାଳକ ବାଳକ ର ମୃତ୍ୟୁ ଘଟିଛି।ମୃତ ବାଳକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ବ୍ଲକ ହାତୀଗୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧିରଳ ଗ୍ରାମର ଗୋବିନ୍ଦ ମୁର୍ମୁ ଙ୍କ ୬ ବର୍ଷ ର ପୁଅ ମାସାଙ୍ଗ ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ଥିବା ଏକ ସରକାରୀ ପୋଖରୀ କୁ ଚନ୍ଦ୍ର ମହନ ମାର୍ଣ୍ଡୀ ନିଲାମ ରେ ନେଇ ମାଛ ଚାଷ କରିଥିଲେ । ଚନ୍ଦ୍ର ମୋହନ ମାଛ ଧରିବାକୁ ସକାଳ ସମୟ ରେ ପୋଖରୀ ର ପାଣି କୁ ସୁଖାଉ ଥିଲେ।ପୋଖରୀ ପାଣି ନିଷ୍କାସନ ପାଇଁ ଏକ ପାଣି ମଟର ଲଗାଇ ଥିଲେ।ମଟର କୁ ବିଦ୍ୟୁତ ସଂଯୋଗ କରିବାକୁ ପୋଖରୀ ନିକଟରେ ଥିବା ଲକ୍ଷ୍ମୀଧର ଦାସଙ୍କ ଘରୁ ବିଦ୍ୟୁତ ତାର ଲଗାଇ ପାଣି ପମ୍ପ ରେ ସଂଯୋଗ କରିଥିଲେ।
ସକାଳ ପ୍ରାୟ ୯ ଟା ସମୟରେ ମାସାଙ୍ଗ ସାଙ୍ଗ ମାନଙ୍କ ସହିତ ପୋଖରୀ କୂଳରେ ଖେଳୁଥିବା ବେଳେ ମାଟି ଉପର ଦେଇ ପାଣି ପମ୍ପ କୁ ଯାଇଥିବା ବିଦ୍ୟୁତ ତାର ରେ ଲାଗି ଯାଇଥିଲେ।ପରେ ଘଟଣା ସମ୍ପର୍କରେ ବାଳକ ର ବଡଭାଇ ପୀଥ ବାପା ଙ୍କୁ ଯାଇ କହିଥିଲେ।ଖବର ପାଇ ମୃତ ବାଳକ ର ବାପା ପହଞ୍ଚି ଥିଲେ।ପରେ ପରିବାର ଲୋକେ ଏକ ବାଇକ ଯୋଗେ ଗୁରୁତର ମାସାଙ୍ଗ କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀଦଳେଇଙ୍କ ସହ ଏ ଏସ ଆଇ ରତ୍ନାକର ବାରିକ ଘଟଣାସ୍ଥଳରେ ପହଞ୍ଚି ଥିଲେ।ଗୋବିନ୍ଦ ମାର୍ଣ୍ଡି ଙ୍କ ଏତେଲା କ୍ରେମେ ଠାକୁରମୁଣ୍ଡା ଥାନା ପୋଲିସ ଚନ୍ଦ୍ରମହନ ମାର୍ଣ୍ଡୀ ଓ ଲକ୍ଷ୍ମୀଧର ଦାସ ନାମ ରେ କେଶ ନଂ ୩୪/୨୦୨୪ରେ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି।