ଗଞ୍ଜାମ, ଧରାକୋଟ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତ ର ଡାକିବଜା ଗ୍ରାମର ପନ୍ଦରା ସାହିରେ ସନ୍ଧ୍ୟା ସାଢେ଼ ସାତ ଘଣ୍ଟା ସମୟରେ ଝୁନୁ ପଣ୍ଡା ଙ୍କ ଘରୁ ଅଚାନକ ନିଆଁ ବାହାରିବା ଯୋଗୁଁ ଏଗାର ବଖରା ଘର ଜଳିଯାଇଛି ।
ପନ୍ଦରା ସାହିର ଝୂନୁ ପଣ୍ଡା, ପଞ୍ଚୁ ସ୍ୱାଇଁ, ନରହରି ସାହୁ,ଉପେନ୍ଦ୍ର ସ୍ୱାଇଁ,ଜିତୁ ନାହାକ,ସୁରେନ୍ଦ୍ର ଗୌଡ଼, ବାଳକ ବିଷୋୟୀ, ମଙ୍ଗୁଳୁ ଡାକୁଆ, ହରି ବନ୍ଧୁ ସାହୁ ଓ ଜୟ ସାହୁଙ୍କ ଘର ସମ୍ପୂର୍ଣ ଜଳି ଯାଇଛି ।
ଏହି ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର,ଧାନ,ଚାଉଳ,ମୁଗ,ବିରି ଭଳି ଖାଦ୍ୟ ଶସ୍ୟ ସବୁ ନଷ୍ଟ ହୋଇଯାଇଛି ।
ଧରାକୋଟ ଆସିକା ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଘଟଣା ସ୍ଥଳରେ ଧରାକୋଟ ବି ଡି ଓ ଡେନିସ ବେହେରା ,ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ପ୍ରମୁଖ ପହଞ୍ଚି ପହଞ୍ଚି ସ୍ଥିତି ପରଖିଛନ୍ତି।
କ୍ଷତିଗ୍ରସ୍ତ ପରିବାରର ଲୋକ ମାନଙ୍କୁ ରାତ୍ର ଭୋଜନ ପାଇଁ ଶୁଖିଲା ଖାଦ୍ୟ ଏବଂ ପାଲଥିନ ଦିଆଯିବ ବୋଲି ତହସିଲଦାର କହିଛନ୍ତି l