ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିମିଳିପାଳ ସୀମା ଡେଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ, ଏବେ ସ୍ୱତନ୍ତ୍ର ଏନକ୍ଲୋଜର୍ରେ ରହିଛି। ଜିନ୍ନତ ଦେହରେ ଲାଗିଥିବା କଲାର ଡିଭାଇସ୍ ଓ ଏନକ୍ଲୋଜର୍ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ତା ଗତିବିଧି ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ବନ ବିଭାଗ। ଏନକ୍ଲୋଜର ପରିସୀମାକୁ ବଢ଼ାଇ ଶିମିଳିପାଳର ଜଳବାୟୁ ସହିତ ଜିନ୍ନତକୁ ଖାପ ଖୁଆଇବା ପାଇଁ ଉଦ୍ୟମ କରାଯାଇଛି। ୧ ଏକର ବିଶିଷ୍ଟ ଏନ୍କ୍ଲୋଜର ପରିସୀମା ୮ ଏକର କରାଯିବ। ଜୀନ୍ନତକୁ କେବେ ଏନକ୍ଲୋଜର୍ ବାହାରକୁ ଛଡ଼ାଯିବ ତାହା ଏନ୍ଟିସିଏ ଏବଂ ମନିଟରିଂ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଶିମିଳପାଳରେ ମହାବଳଙ୍କ ବଂଶ ବୃଦ୍ଧି ଏବଂ ଜେନେଟିକ୍ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ରରୁ ଜିନ୍ନତ ଓ ଯମୁନାକୁ ଅଣାଯାଇଥିଲା।