ପୋଲସରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୋଲସରା ବ୍ଲକ ମଧୁପଲ୍ଲୀ ସେବା ସମବାୟ ସମିତି ଲକ୍ଷ୍ମଣପଲ୍ଲୀ ଗ୍ରାମର କିଛି ଚାଷୀଙ୍କ ନିଜ ନାମରେ ଜମି ଥିବା ମୁତାବକ ସେହି ପରିମାଣ ଧାନ ଉଠାଇବା ପାଇଁ ପଞ୍ଜିକରଣ ହୋଇନଥିବା ଜଣାପଡିଛି। ସୂଚନା ମୁତାବକ ମଣ୍ଡି ଜରିଆରେ ଧାନ ଉଠାଇବା ପାଇଁ ଲକ୍ଷ୍ମଣପଲ୍ଲୀ ମା’ ଫୁଲ ଠାକୁରାଣୀ SHG ଗୃପ୍ କୁ ଉଠାଇବା ପାଇଁ ଅନୁମତି ଥିବା ବେଳେ ଲୋକଙ୍କ ଜମି ମୁତାବକ ଧାନ ଉଠାଇବା ପାଇଁ ପଞ୍ଜିକରଣ ହୋଇନଥିବା ବେଳେ ଆଜି ପୋଲସରା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଙ୍କୁ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ ଛତ୍ରପୁରଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ଗୃପ୍ ଜରିଆରେ ଧାନ ନ ଉଠାଇ ସ୍ଥାନୀୟ ମଧୁପଲ୍ଲୀ ସମବାୟ ସମିତି ଜରିଆରେ ଉଠାଇବା ଓ ଜମି ପରିମାଣ ତଦନ୍ତ କରି ସେହି ହିସାବରେ ଧାନ ଉଠାଇବା ପାଇଁ ଦାବି କରିଛନ୍ତି। ବର୍ତ୍ତମାନର ତାଲିକାରେ କମ ଜମି ଥିବା ଲୋକଙ୍କ ଠାରୁ ଅଧିକ ଧାନ ଉଠାଇବା ପାଇଁ ପଞ୍ଜିକରଣ ହୋଇଥିବା ନେଇ ତଦନ୍ତ କରି ସଠିକ ନିୟମ ଅନୁଯାୟୀ ଧାନ ଉଠାଇ ପାଇଁ ନିବେଦନ କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଏହିପରି ଧାନ ଉଠାଇବା ଦ୍ବାରା ଗ୍ରାମର ପ୍ରକୃତ ଚାଷୀମାନଙ୍କ ବହୁତ କ୍ଷତି ହୋଉଥିବା ଅଭିଯୋଗ କରିଛନ୍ତି। ବିଡ଼ିଓଙ୍କ ସମେତ ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀଙ୍କ ଜରିଆରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ବୁଢ଼େଇ ଶୁଣି ରେ ପ୍ରଭାକର ପାଣିଗ୍ରାହୀ, ଲକ୍ଷ୍ମଣପଲ୍ଲୀ ଗ୍ରାମର ମନୋଜ କୁମାର ସାହୁ, ପ୍ରଶ୍ନ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ଦିପକ କୁମାର ସାହୁ, ବାବୁ କୁମାର ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ ସମେତ ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ।