ସାମ୍ବାଦିକତାର ପରିପୃଷ୍ଟତା ତଥା ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ୍’ ଗଠନ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ସାମ୍ବାଦିକତାର ପରିପୃଷ୍ଟତା ତଥା ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ୍’ ଗଠନ କରାଯାଇଛି | ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବାବେଳେ ଏ-କ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ମନେହୁଏ । ସାମ୍ବାଦିକତାର ସୁରକ୍ଷା ଓ କଲ୍ୟାଣ ସଂପର୍କରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ “ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ” ଆସନ୍ତା ଦିନରେ ସର୍ବଭାରତୀୟ ସ୍ତରରେ ଏକ “ଜର୍ଣ୍ଣାଲିଷ୍ଟ କଂଗ୍ରେସ୍” ର ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି |

ଯାହାକି ପ୍ରଥମେ ଜଗନ୍ନାଥ ଧାମ ଓଡିଶା, ଭୁବନେଶ୍ବରରୁ ଆରମ୍ଭ ହେଉ ବୋଲି କାଉନସିଲ୍ ପକ୍ଷରୁ ଆଜି କଟକ ସର୍କିଟ ହାଉସ ପରିସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି “ଜର୍ଣ୍ଣାଲିଷ୍ଟ କଂଗ୍ରେସ୍”କୁ ସଫଳ ତଥା ସୁଦୁରପ୍ରସାରି କରିବା ପାଇଁ ସମଗ୍ର ସାମ୍ବାଦିକ ମାନଙ୍କ ପାଇଁ ଏକ ପ୍ରତୀକାତ୍ମକ ଲୋଗୋ ଚୟନ କରାଯାଇଛି ଯାହାକି ଆଜି ଏହି ସମ୍ମିଳନୀରେ ପ୍ରଦର୍ଶିତ ହେଇଛି। ଏହିପରି ସାମ୍ବାଦିକତାର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ଏହି ସମ୍ମିଳନୀରେ ଦେଶରୁ ପ୍ରାୟ ଦୁଇ ହଜାର ରୁ ଉଦ୍ଧ ସାମ୍ବାଦିକ ଯୋଗ ଦେଉଥିବା ବେଳେ ଦେଶ ବାହାରୁ ପ୍ରାୟ 100 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେବେ ବୋଲି ମୋଖ୍ୟ ସହମତି ପ୍ରଦାନ କରିଛନ୍ତି |

ଆଜି କଟକ ରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ସମତେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶ୍ରୀରାମ ଦାସ, ପୀତବାସ ମିଶ୍ର, ସତ୍ୟ ରାୟ ଜେଡିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୁତି ଭୂଷଣ କର, ସେକ୍ରେଟାରୀ ଜେନେରାଲ ସନତ ମିଶ୍ର,ପବିତ୍ର ମହାରଥା,ନିମେଇ ଦାସ ପାର୍ଥସାରଥୀ ଜେନା, ସନାତନ ଦଳବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ପୃଷ୍ଠଭୂମିକୁ ମଜବୁତ କରିବାପାଇଁ ଆହ୍ୱାନ ଜଣାଇଛନ୍ତି |

ଜର୍ଣାଲିଷ୍ଟ କଂଗ୍ରେସ କୁ ବର୍ଗାଭିମୁଖୀ କରିବାପାଇଁ ଜାତୀୟସ୍ତରରେ ଏକ ପ୍ରତୀକାତ୍ମକ ମାସ୍କଟ ମଧ୍ୟ ଉନ୍ମୋଚିତ ହେବ । ଏହି ମାସ୍କଟ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଭାରତ ବର୍ଷର ସମସ୍ତ ରାଜ୍ୟ ପ୍ରଦକ୍ଷଣ କରିବାର ଯୋଜନା ରହିଛି | ସାମ୍ବାଦିକ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତ ସଙ୍ଗଠନ ଓ ସାମ୍ବାଦିକ ମାନଙ୍କୁ ଆହ୍ୱାନ କରାଯାଉଛି କି ଆସନ୍ତୁ ସାମ୍ବାଦିକତାର ସୁରକ୍ଷା ପାଇଁ ଏକତ୍ର ସ୍ବର ଉତ୍ତୋଳନ କରିବା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ମାନେ।

LEAVE A REPLY

Please enter your comment!
Please enter your name here