Eucalyptus plantations with tree cuttings: Confusion between two groups

0

ୟୁକାଲିପଟାସ ପ୍ଲାଣ୍ଟେସନ ଗଛ କଟାକୁ ନେଇ :  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଉପଜିଲ୍ଲାପାଳଙ୍କ ଅଦାଲତରେ ୧୪୫ ଧାରାରେ ଗଛ କଟା ବନ୍ଦ କରିବା ନେଇ ଆବେଦନ 

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ଥାନା ଅଧିନ ଡାଳଗାଁ ଏବଂ ଅନ୍ୟାନ୍ୟ ଗ୍ରାମରେ ହୋଇଥିବା ପ୍ରାୟ ୬୦୦ ଏକର ପରିମିତ ୟୁକାଲିପଟାସ ପ୍ଲାଣ୍ଟେସନ ଦିନରାତି କଟା ଚାଲିଥିବା ବେଳେ, ପ୍ଲାଣ୍ଟେସନରେ ପୁଞ୍ଜି ନିବେଶ କରିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି।ତେବେ ଉଭୟ ଗୋଷ୍ଠୀ ସୁଳିଆପଦା ଥାନାରେ ଏତେଲା ଦେଇଥିବା ବେଳେ ପୋଲିସ ଗୋଟିଏ ପକ୍ଷର ମିଛ ମାମଲାକୁ ରୁଜୁ କରି ଅନ୍ୟ ପକ୍ଷର ସତ ମାମଲାରେ କେଶ ରୁଜୁ ନକରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଆଇନ ଅଦାଲତରେ ମାମଲା ଚାଲିଥିବା ବେଳେ, ଗୋଟିଏ ପକ୍ଷ ପୋଲିସର ଭିତିରିଆ ସହାୟତାରେ ଜୋର ଜବରଦସ୍ତ ଗଛ କାଟି ନେଉ ଥିବାର ଅଭିଯୋଗ ହୋଇଛି।ଏପରିକି ବାରିପଦା ଏସ୍ଡ଼ିପିଓ ଉଭୟ ପକ୍ଷଙ୍କୁ ଗତ ଜୁନ ୨୨ ତାରିଖରେ ଆପୋଷ ବୁଝାମଣା ପାଇଁ ଡାକିଥିଲେ ମଧ୍ୟ ତା ପୂର୍ବରୁ ଗୋଟିଏ ପକ୍ଷ ଜୋର ଜବରଦସ୍ତ ଗଛ କାଟି ନେଉଛନ୍ତି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଅଭିଯୋଗ କାରୀ ପକ୍ଷର ଲୋକେ ଘଟଣା ସ୍ଥଳକୁ ଯାଇଥିବା ବେଳେ ଗଛକାଟୁଥିବା ପକ୍ଷ ଗୁଣ୍ଡା ଲଗାଇ ମାରପିଟ କରୁଥିବା ଭଳି ଘଟଣା ମଧ୍ୟ ସୃଷ୍ଟି ହୋଇଛି।ତେବେ ମାମଲାକୁ ନେଇ ଉଭୟ ପକ୍ଷ ବାରିପଦା ଉପଜିଲ୍ଲାପାଳ ଙ୍କ ଅଦାଲତରେ ୧୪୫/୧୫୬ ଧାରାରେ ଗଛ କଟା ବନ୍ଦ କରିବାକୁ ନେଇ ଆବେଦନ କରିଥିବା ବେଳେ କିଭଳି ଏବଂ କାହା ସାହସରେ ଗୋଟିଏ ପକ୍ଷ ଜୋର ଜବରଦସ୍ତ ହଜାର ହଜାର ଗଛ କାଟି ନେଉଛି ବୋଲି ପ୍ରଶ୍ନବାଚି ସୃଷ୍ଟି ହେଉଛି।

LEAVE A REPLY

Please enter your comment!
Please enter your name here