ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସୁଧାଂଶୁ ମୋହନ ସାମଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମ୍ସି)ରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ହେଲେ ଶ୍ରମ କମିଶନର । ୟାମିନି ଷଡ଼ଙ୍ଗୀ ହେଲେ ସିଟି ଜିଏସଟି କମିଶନର । ସେହିଭଳି ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ ହୋଇଛନ୍ତି । ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତି ରେଜିଷ୍ଟ୍ରାର ଦାୟିତ୍ୱ ମିଳିଛି । ମୋନିକା ପ୍ରିୟଦର୍ଶିନୀ ଜୀବିକା ମିଶନ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ଦୀପଙ୍କର ମହାପାତ୍ର କ୍ରୀଡ଼ା ବିଭାଗ ସଚିବ ଦାୟିତ୍ୱ ସମ୍ଭାଳିବେ । ସ୍ମିତା ରାଉତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସତ୍ୟବ୍ରତ ରାଉତ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ନିଯୁକ୍ତ ହୋଇଛନ୍ତି ।