ମଦ ବ୍ୟବସାୟୀଙ୍କ ନିକଟରେ ବନ୍ଧା ପଡିଛି ଅବକାରୀ ବିଭାଗ

0

ପାରଳାଖେମୁଣ୍ଡି, ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ମଦ ବ୍ୟବସାୟୀଙ୍କ ନିକଟରେ ବନ୍ଧା ପଡିଛି ଅବକାରୀ ବିଭାଗ ! ସେଥିପାଇଁ ତ ମଦ ବ୍ୟବସାୟୀଙ୍କ କଥା ଦୁରରେ ଥାଉ ମଦ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ କଥା କହିଲେ ନସରେ । ସେମାନେ ଏବେ ମାଫିଆଙ୍କ ଠାରୁ ବି ଉପରେ ସବୁ ଆଇନ କାନୁନ କୁ ଜଳାଞ୍ଜଳି ଦେଇ ଚାଲିଛି ମଦ ବ୍ୟବସାୟ ଆଉ ଆଖି ଥାଇ ଅନ୍ଧ ହୋଇଯାଇଛି ପ୍ରଶାସନ । ଯଦି ଏହାକୁ କିଏ ପ୍ରତିବାଦ କରେ ଅବା ପ୍ରଶାସନ କିମ୍ବା ଅବକାରୀ ବିଭାଗ ନିକଟରେ ଅଭିଯୋଗ କରେ ଖୁଲାମ ଖୁଲା ଧମକ ଦେଉଛନ୍ତି ମଦମାଫିଆଙ୍କ କର୍ମଚାରୀ । ଆଊ କହୁଛନ୍ତି ଏ ବାର କାହାର ଜାଣିଛ ତ ଦର ପଚାରିବନି କି ବିଲ ମାଗିବ ନି ଆଉ ଅଧିକ ଯୁକ୍ତି କଲେ ଏଠୁ ଜାଇପାରିବନି । ଆମେ କହୁଛୁ ପାରଳାଖେମୁଣ୍ଡି ମଦ ଦୋକାନ ଓ ଅବକାରୀ ବିଭାଗ ବିଷୟରେ ଏଠି ସବୁ ଆଇନ କାନୁନ ମାଫିଆଙ୍କ ନିକଟରେ ବନ୍ଧା ପକେଇ ଦେଇଛନ୍ତି ବିଭାଗୀୟ ବାବୁମାନେ ଆଉ ପୋଲିସ ଜାଣି ଅଜଣା ସାଜିଛି | ମଦ ମାଫିଆଙ୍କ ରାଜୁତି ଏମିତି ଚାଲିଛି ଯେ ସେମାନଙ୍କ ଆଗରେ ବିଭାଗିୟ ଅଧିକାରୀ ବି ଚୁପ । ସରକାରୀ ନିୟମ ପ୍ରକାରେ ଏମାନେ ଅବକାରୀ ଆଇନ ଅନୁସାରେ ମଦ ବିକ୍ରି ସ୍ଥାନରେ ମଦ ଦର ତାଲିକା, ଷ୍ଟକ ବିବରଣୀ, କର୍ମଚାରୀ ଙ୍କ ତଥ୍ୟ ସହ ସିସି କ୍ୟାମେରା ଲଗାଇବା କଥା ହେଲେ ସେ କଥାତ ମାନୁ ନାହାନ୍ତି । ତାପରେ କୌଣଶି ବିକ୍ରୀ ଉପରେ ବିଲ୍ ଦିଆଯାଉନାହିଁ ଆଉ ଯଦି ବିଲ ମାଗିଲ ସରିଲା କଥା । କୁଆଡୁ ଆଠ ଦଶ ଜଣ ଆସୀ ଘେରିଜିବେ ତା ପରେ ଯାହା ଘଟିବ ।

 

ସେହିଭଳି ଆଉ ଗୋଟେ କଥା ପ୍ରିଣ୍ଟ୍ ଦର ଠାରୁ ଅଧିକା ନେବା ଗଜପତି ଜିଲ୍ଲାରେ ନିୟମିତ ହେଲାଣି । ଯେଉଁ ଦୋକାନକୁ ଯାଉଛ ଯାଓ ସେଠି ପ୍ରିଣ୍ଟ ଦର ଠାରୁ ଅଧିକ ଦେବାକୁ ପଡ଼ିବ । ଆଉ ଦର ଅଧିକ କାହିଁକି ବୋଲି ପଚାରିଲେ ଉତ୍ତର ଉତ୍ତର ନିଶ୍ଚିତ ଭାବେ ଅଡୁଆ ଲାଗିବ । କାରଣ ସେଇଟା କୁଆଡେ ସିଣ୍ଡିକେଟ ପାଇଁ, ହଁ ଆପଣ ଭାବୁଥିବେ ସତରେ ଏତେ ସବୁ କଥା ପରେ ବି କିଏ କାହିଁକି ବିଭାଗ ନିକଟରେ ଅଭିଯୋଗ କରୁନାହାନ୍ତି , ଅବକାରୀ ବିଭାଗ ନିକଟରେ ଅଭିଯୋଗ କରି କରି ଲୋକେ ଥକି ଗଲେଣି ଆଉ ଅଭିଯୋଗର କୌଣସି ସୁଫଳ ମିଳି ପାରୁନାହିଁ । ସେଥିପାଇଁ ମାଫିଆଙ୍କ ନିକଟରେ ବିଭାଗ ବନ୍ଧା ପଡ଼ିଥିବା କଥା କହୁଛନ୍ତି । କେବଳ ସେତିକି ନୁହଁ ସବୁ ଦୋକାନରେ ପ୍ରିଣ୍ଟ ଠାରୁ ଅଧିକ ଦାମରେ ବିକ୍ରି କଥା ବି ଅପାରଗ ଅଧିକାରୀ ଜାଣି ବି ଚୁପ ବସିଛନ୍ତି | ଅନ୍ୟ ପକ୍ଷରେ ପୌରପରିଷଦ ପକ୍ଷରୁ ଦିଆଯାଇଥିବା ଭଡା ଘରେ ବି ମଦ ଦୋକାନ ରହିଛି ଯାହା ଆଇନର ଖିଲାପ ତଥାପି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ | ସେହିଭଳି ଜାତୀୟ ରାଜପଥ କଡରେ ମଧ୍ୟ ତିନୋଟି ଦୋକାନ ରହିଛି ଯାହା ଆଇନ ସମ୍ମତ ନୁହଁ ତାହାବି ଅବକାରୀ ବିଭାଗକୁ ଦେଖା ଯାଉନି | ଏବେବି ସମୟ ଅଛି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ କାରବାର ଉପରେ ରୋକ ଲଗାଊ ଅବକାରୀ ବିଭାଗ , କାରଣ ଏବେକାର ମୋହନ ସରକାର ପୂର୍ବ ସରକାରଙ୍କ ଭଳି ଦୃନୀତିକୁ ଆଉ ପ୍ରଶୟ ଦେଉ ନାହାନ୍ତି ।

LEAVE A REPLY

Please enter your comment!
Please enter your name here