ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିହାରରେ ବୁଧବାର ମନ୍ତ୍ରୀ ପରିଷଦର ସଂପ୍ରସାରଣ କରାଯାଇଛି। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସାତ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ପାଟନା ରାଜଭବନରେ ବୁଧବାର ସନ୍ଧ୍ୟାରେ ଶପଥ କରାଇଛନ୍ତି।ଏଥିରେ ବିଜେପି କୋଟାରୁ ସାତ ଜଣ ବିଧାୟକଙ୍କୁ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ କରିଥିବା ନୂତନ ମନ୍ତ୍ରୀମାନେ ହେଲେ ସଞ୍ଜୟ ସାରୋଗୀ, କୃଷ୍ଣ କୁମାର ମଣ୍ଟୁ, ଡକ୍ଟର ସୁନୀଲ କୁମାର, ମୋତିଲାଲ ପ୍ରସାଦ, ରାଜୁ କୁମାର ସିଂହ, ବିଜୟ କୁମାର ମଣ୍ଡଳ ଏବଂ ଜୀବେଶ କୁମାର। ଏହି ସଂପ୍ରସାରଣ ପରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଂଖ୍ୟା ମୁଖ୍ୟମନ୍ତ୍ରୀ ସମେତ ୩୬ ରେ ପହଞ୍ଚିଛି।