ନକଲି ମସଲା ଜବତ ,ଜଣେ ଅଟକ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜ୍ ନଗର ଅଞ୍ଚଳରେ ଏକ ଘରେ ଓ ଗୋଦାମରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ନକିଲ ମସଲା ଜବତ କରିଛି । ଏହା ସହ ଜଣକୁ ଅଟକ ରଖି ପଚରାଉଚରାକରୁଛି । ଦୀର୍ଘଦିନ ହେବ ଏଠାରେ ନକଲି ମସଲା ପ୍ରସ୍ତୁତି ହେଉଥିବା ନେଇ ଖବର ପାଇବା ପରେ ବଡ଼ ବଜାର ଥାନା ପୁଲିସ ସେଠାରେ ଚଢାଉ କରିଥିଲା ବଜାରରେ ହଳଦି ଗୁଣ୍ଡ,ମରିଚ ଗୁଣ୍ଡ ଓ ମସଲା ଗୁଣ୍ଡ କୁ ଅପମିଶ୍ରିତ କରି ବଜାରରେ ବିକ୍ରୀ କରାଯାଉଥ‌ିବା ପୁଲିସ ,ଜାଣିବାକୁ ପାଇଛି।

ଚଡାଉ ବେଳେ ଗଚ୍ଛିତଥିବା ନକଲି ମସଲା ଓ ପେକିଂ ମେସିନ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି।ବର୍ତ୍ତମାନ ଏହି ଘଟଣାରେ ପୁଲିସ ମାଲିକ ଶିଵ ଶଙ୍କର ସାହୁ କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here