ବିବାଦରେ ଫେମସ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦା 

0

ବିପ୍ଲବୀ ପରିକ୍ରମା ଡିଜିଟାଲ:- ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା।ବହୁଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ନେଇ ଏକ ଗୁରୁତର ବିବାଦ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ସେନସେସନ୍‌ ଲବ ହାଂସଦା ଭାରତ ସମେତ ବିଭିନ୍ନ ଦେଶ ବୁଲି ଟ୍ରାଭେଲ ଭିଡିଓ କରି ସେସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ୍ କମ୍ ଦିନରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ହାଂସଦା ଏବେ ବିବାଦକୁ ଆସିଛନ୍ତି ଏବଂ ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ତାଙ୍କ ପରିବାର ଦାୟୀ କରିଛନ୍ତି।

ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ସୋଲମୀ ମୁର୍ମୁଙ୍କ ଆତ୍ମହତ୍ୟା ଘଟଣା ପରେ ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏଚଏସଆର ଲେଆଉଟ୍‌‌ ଥାନା ରେ ଏକ ଏଫଆଇଆର୍‌ ରୁଜୁ ହୋଇଛି। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ସୋଲମୀ ମୁର୍ମୁ ୪ ଦିନ ପୂର୍ବେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପାଇଁ ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ । କେତେକ ରିପୋର୍ଟରେ ଦାବି କରାଯାଇଛି ଯେ, ଲବ ହାଁସଦାଙ୍କର ବହୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥିଲା, ଯାହା ଏହି ବିବାଦକୁ ଆହୁରି ଜଟିଳ କରିଛି। ତେବେ ଏହି ଘଟଣା ସମ୍ପର୍କରେ ବିସ୍ତୃତ ତଦନ୍ତ ଜାରି ରହିଛି। ପୋଲିସ ଏହି ମାମଲାରେ ଲବ ହାଁସଦାଙ୍କୁ ପଚରାଉଚରା କରୁଛି।

ଲବ ହାଁସଦା ଜଣେ ଲୋକପ୍ରିୟ ଓଡ଼ିଆ ୟୁଟ୍ୟୁବର ଭାବେ ପରିଚିତ, ଯିଏ ତାଙ୍କର ଭିଡିଓ ମାଧ୍ୟମରେ ବହୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। କିନ୍ତୁ ଏହି ଅଭିଯୋଗ ତାଙ୍କର ଖ୍ୟାତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ଼ କଥା ହେଲା ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ ଏତଲାରେ ଲେଖିଛନ୍ତି ।

ତେବେଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି । ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ। ତଦନ୍ତ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସତ ମାନିବୁ । ଏଠି ଘରେ ଭାଇ ୩ ଜଣ ଓ ଭାଉଜ ରହୁଛନ୍ତି। ବାପା ଗାଁରେ ରହୁଛନ୍ତି। ଲବ ହାଁସଦା ବିବାହ କରିଛନ୍ତି କି ନାହିଁ ସିଏ ହିଁ କହିପାରିବ । ଏହି ଘଟଣା ଆମେ ନ୍ୟୁଜ ମାଧ୍ୟମରେ ଜାଣିଛୁ, ଆମେ ଚାଁହୁଛୁ ନ୍ୟାୟ । ମୋ ଭାଇ ଯଦି ଠିକ କରିଥିବା ଠିକ ଯଦି ଭୁଲ କରିଥିବ ତାହା ହେଲେ ଭୁଲ। ଭାଇଙ୍କ ସହିତ ମୁଁ କଥା ହୋଇନାହିଁ। ମୋ ଭାଇ ଏଠାକୁ ତିନି ମାସ ପୂର୍ବରୂ ଆସିଥିଲେ । ତେବେ ମୋ ଭାଇ ଉପରେ ମୋର ବିଶ୍ୱାସ ସେ ଏପରି କାମ କରି ନ ଥିବ ବୋଲି କହିଛନ୍ତି ଲବ ହାଁସଦାଙ୍କ ଭଉଣୀ ।

ଅନ୍ୟପଟେ ଲବ ହାଁସଦାଙ୍କର ୨୦୧୪ ମସିହାରେ କୁଆଡେ ବାହାଘର ହୋଇଥିବା ଏବଂ ଗୋଟିଏ ୩ ବର୍ଷର ଛୁଆ ଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଏହା ସହିତ ବାହା ହୋଇଥିବା ସ୍ତ୍ରୀ ଗଣମାଧ୍ୟମ ଆଗରେ ଆସି ନ୍ୟାୟ ଭିକ୍ଷା କରୁଥିବା ନେଇ ଚର୍ଚ୍ଚା ମଧ୍ୟ ରହିଛି l

ତେବେ ଏସବୁ କେତେ ଠିକ, ତେବେ ପ୍ରମାଣ ହେବ ଯେବେ ଲବ ହାଁସଦା ନିଜେ ଗଣମାଧ୍ୟମ ଆଗରେ ଆସି ସତ କହିବେ ଆଉ ଘଟିଯାଇଥିବା ଘଟଣା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବେ ତାହା ପୁଣି ପ୍ରମାଣ ସହିତ l ତେବେ ଦେଖାଯାଉ ଲବ ହାଁସଦା ଏମିତି ଲୁଚି ଲୁଚି ରହୁଛନ୍ତି ନା ସାମ୍ନାକୁ ଆସି ସତ୍ୟ ପ୍ରକାଶ କରୁଛନ୍ତି l

LEAVE A REPLY

Please enter your comment!
Please enter your name here