କାଶୀନଗର ( ବିପ୍ଲବୀ ପରିକ୍ରମା ):-କାଶୀନଗର ଆଇ ଆଇ ସି ଗୋବିନ୍ଦ ଗୌଡ଼ ଶୁକ୍ରବାର ଦିନ ଚାକିରିରୁ ଅବସର ଗ୍ରହଣ କରିବା ପରେ ଶନିବାର ପୂର୍ବାହ୍ନରେ ତାଙ୍କୁ ସ୍ଥାନୀୟ ପ୍ରେସ୍ କ୍ଲବ୍ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି . ବରିଷ୍ଠ ସାମ୍ବାଦିକ ତଥା କାଶୀନଗର ନାଗରିକ ମହାସଭା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏ ଉପଲକ୍ଷେ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସମାବେଶରେ କ୍ଲବ ସଭାପତି ଆନନ୍ଦ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ . ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ , ଏନ୍ ଏ ସି ନିର୍ବାହୀ ଅଧିକାରୀ ଭଗବତ ସାହୁ , ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ , ପଂଚାୟତ ସମିତି ଅଧ୍ୟକ୍ଷା ବି . ସାୟାମ୍ମା , ମେଡିକାଲ ଅଫିସର ଇନଚାର୍ଜ ସୌମ୍ୟ ଦାଶ , ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ଵନାଥ ରାଉତ , ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼ ଓ ସ୍ଥାନୀୟ ଅଗ୍ନିଶମ , ଅବକାରୀ ଜଙ୍ଗଲ ବିଭାଗ ଅଧିକାରୀଙ୍କ ତରଫରୁ ବିଦାୟୀ ଆଇ ଆଇ ସିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l
କାଉନସିଲର କେ . ରାମା ରାଓ , ବରିଷ୍ଠ ନାଗରିକ କେ . ଜୀବରତ୍ନ , କେ . ଆପ୍ପା ରାଓ , ସୁବାଷ ଚନ୍ଦ୍ର ବିଶ୍ବାସରାୟ , କବିରାଜ ରମାକାନ୍ତ ପାତ୍ର , ସାମ୍ବାଦିକ ସୀମାଞ୍ଚଳ ମହାରଣା , ସୁବାସ ଚନ୍ଦ୍ର ପାତ୍ର , ତ୍ରିନାଥ ନାୟକ , ଏଲ . ଚନ୍ଦ୍ର ରାଓ , କୃଷ୍ଣଚନ୍ଦ୍ର ଦୋରା ପ୍ରମୁଖ ଗୌଡ଼ଙ୍କ ଜନ ସମ୍ପର୍କ , ଉତ୍ତମ କାର୍ଯ୍ୟଶୈଳୀ ଓ ସୁଚାରୁ ନିର୍ବାଚନ ପରିଚାଳନାର ଉଚ୍ଚ ପ୍ରଶଂଶା କରିଥିଲେ . ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଦାୟୀ ଆଇ ଆଇ ସିଙ୍କୁ ପୁଷ୍ପମାଲ୍ୟ ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରା ଯାଇଥିଲା . ସମ୍ବର୍ଦ୍ଧନାର ଉତ୍ତରରେ ଗୌଡ଼ କହିଥିଲେ ଯେ , କାଶୀନଗରବାସୀଙ୍କ ସହ ତାଙ୍କର ଏକ ଭାବାତ୍ମକ ସମ୍ପର୍କ ସୃଷ୍ଟି ହୋଇ ସାରିଛି , ସେ ଯେଉଁଠି ଥିଲେ ବି କାଶୀନଗରରୁ ପାଇଥିବା ସ୍ନେହ ଶ୍ରଦ୍ଧା କେବେ ଭୁଲି ପାରିବେ ନାହିଁ . ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ଅବସରରେ ପ୍ରେସ୍ କ୍ଲବ୍ ସମ୍ପାଦକ ରାଜେଶ ମିସାଲ ଗୌଡ଼ଙ୍କ ନିଷ୍କଳଙ୍କ ଚାକିରୀ ଜୀବନ , ଉତ୍ତମ ବ୍ୟବହାର , ଆଇନର ପରିସୀମା ଭିତରେ ବୃହତ୍ତର ଜନସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ ପ୍ରଭୃତି ସମ୍ପର୍କରେ ଆଲୋକପାତ କରିବା ସଂଗେ ସଂଗେ , ଗଣମାଧ୍ୟମ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ . ବିଦାୟୀ ଆଇ ଆଇ ସିଙ୍କ ସହଧର୍ମିଣୀଙ୍କୁ ଏ ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l