ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟକୁ ନେଇ ପ୍ରଶାସନର ଦ୍ବାରସ୍ଥ ହୋଇ ଗୁହାରି କରୁଛନ୍ତି ଚାଷୀ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଧାନ ଅମଳୟ ସମୟରେ ଗଜପତି ଜିଲ୍ଲାରେ ଗତ ୨୦ ଦିନ ମଧ୍ୟରେ ଦୁଇ ଦୁଇଥର ଝିପିଝିପି ବର୍ଷା ଚାଷୀଙ୍କ ଲାଗି କାଳ ହୋଇଛି । ଗଜପତି ଜିଲ୍ଲାର ମୁଖ୍ୟ କରି ଗୋଷାଣି ବ୍ଲକରେ ବ୍ୟାପକ ଅମଳ ଧାନ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ବହୁ ଧାନ ଖଳାରେ ଗଛିତ ଥିବା ଅବସ୍ଥାରେ ଭିଜିଯାଇଥିବା ବେଳେ ଅନେକ କ୍ଷେତରେ ପାଚିଲା ଧାନ ଗଛ ଗୁଡିକ ଭିଜିଯାଇଛି । ଏପରି ଅବସ୍ଥାକୁ ନେଇ ଚାଷୀ ଗଣ ଆଜି ଦଳ ଦଳ ହୋଇ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିବାକୁ ଦ୍ବାରସ୍ଥ ହୋଇଥିବାର ପରିଲିକ୍ଷିତ ହୋଇଥିଲା । ଅଧିକାରୀମାନଙ୍କୁ ଅମଳଧାନର ନଷ୍ଟ ଏବଂ ସରକାର ଏଫଏକ୍ୟୁ ଅନୁସାରେ ଧାନର ଗୁଣବତ୍ତା ନଦେଖି ଉଚିତ ମୂଲ୍ୟରେ ଧାନ କ୍ରୟ କରିବା ସମ୍ପର୍କରେ ଲିଖିତ ଓ ମୌଖିକ ଭାବେ ଜଣାଇଛନ୍ତି । ଅଗରଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବଡଗାଁ ଗ୍ରାମାଞ୍ଚଳର ଏକ ଚାଷୀ ଦଳ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଭେଟି ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଥିବା ଏବଂ ଏନେଇ ସରକାରୀ ସହାୟତା ସମ୍ପର୍କରେ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ ନଷ୍ଟ ହୋଇଥିବା ଧାନର ଆକଳନ କରାଯାଇ ସମସ୍ତ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି । ସେହିପରି କଣ୍ଟ୍ରାଗଡ ପଞ୍ଚାୟତର ଚାଷୀଗଣ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ବି.ଏଲେୟା ରେଡ୍ଡିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଣ୍ଟ୍ରାଗଡ ପଞ୍ଚାୟତର ଆରିବା, ଜାକରବନ୍ଧ ଲଣ୍ଡାହାତୀ, ଅଡାସିଂ, କଣ୍ଟ୍ରାଗଡ ଆଦି ଗ୍ରାମାଞ୍ଚଳରେ ଶହ ଶହ ଅମଳ ଧାନ ଗୁଡିକ ନଷ୍ଟ ହୋଇଥିବାର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here