ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷତିପୂରଣ ଦାବି କରିଛନ୍ତି ଚାଷୀ l ଶନିବାର ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଓ ବଦମଳେଇ ଗାଁର ଧାନ ଚାଷୀ ମୋହନା ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି l ଅଞ୍ଚଳର ପୁରୁଷ ଓ ମହିଳା ମାନେ ଗଜା ହୋଇଥିବା ଧାନକେଣ୍ଡା ଧରି ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଧାରଣା ରେ ବସିବା ସହ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ପଞ୍ଜୀକୃତ ହୋଇଥିବା କହିଛନ୍ତି l ଧାନ ଫସଲ ନଷ୍ଟ ଯୋଗୁଁ ଚଳିତ ବର୍ଷ କିଭଳି ଋଣ ସୁଝିବେ ବୋଲି କହିବା ସହ ପରିବାର କ’ଣ ଖାଇବେ ସେନେଇ ଚିନ୍ତାରେ ଥିବା କହିଛନ୍ତି l ତୁରନ୍ତ ଗୋବିନ୍ଦପୁର ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରି ପଦକ୍ଷେପ ନେବାପାଇଁ ଏକ ଦାବିପତ୍ର ମୋହନା ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି ଚାଷୀ l