ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା କାଶୀନଗର ଠାରେ ଧାନ ମଣ୍ଡିର ଅବହେଳା ଯୋଗୁଁ ସ୍ଥାନୀୟ ବହୁ ଚାଷୀ ରାଜ ରାସ୍ତାରେ ଉଲ୍ଲାଈ ରାସ୍ତାରୋକ କରିଥିଲେ। କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ, ବଜାର ଓ ଠାକୁରାଣୀ ମନ୍ଦିର ଠାରେ ଶହ ଶହ ଚାଷୀ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଯାହା ଫଳରେ ଗୁଣୁପୁର ପାରଳାଖେମୁଣ୍ଡି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କାଶୀନଗର ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। କେବଳ ପରୀକ୍ଷା ବିଦ୍ୟାର୍ଥିଙ୍କୁ ଓ ଚିକିତ୍ସାଧୀନ ଲୋକଙ୍କ ଗାଡ଼ିକୁ ତଥା ଆମ୍ବୁଲାନ୍ସ ଛଡାଯାଇଥିବା ଦେଖିବାକୁ ମିଳିଥିଲା। ଚାଷୀଙ୍କ ମୁଖ୍ୟ ଅଭିଯୋଗ ସେମାନଙ୍କୁ ମିଳିଥିବା ଟୋକେନ ତାରିଖ ଭିତରେ ମିଲକୁ ଧାନ ଯାଉ ନଥିବା, ସୋଷାଇଟୀ ସେକ୍ରେଟାରୀଙ୍କ ଅବହେଳା, ମଣ୍ଡିରେ ତଥା ବାହାରେ ରହିଥିବା ଧାନ ପ୍ରତି ସୁରକ୍ଷା ଦେବା, ନେଇ ବିଭିନ୍ନ ଦାବି ରଖିଛନ୍ତି ଚାଷୀ। ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ଗୋଷ୍ଟି ଉନ୍ନୟନ ଅଧିକାରୀ, ଏସଡିପିଓ ଉପସ୍ଥିତ ହୋଇ ଚାଷୀଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ଆଗାମୀ ଦୁଇ ଦିନ ଭିତରେ ଟକୋନଧାରୀ ମାନଙ୍କ ଧାନ ଉଠିବା ସହ ଚାଷୀଙ୍କ ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରେ ଚାଷୀଙ୍କ ରାସ୍ତାରୋକ ହଟିଥିଲା। ଯଦି ଦୁଇ ଦିନ ଭିତରେ ପଦକ୍ଷେପ ନନେଲେ ପୁଣି ରାସ୍ତାରୋକ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି।