କିଟରେ ସାଙ୍ଘାତିକ ବ୍ୟଭିଚାର 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- : ଓଡ଼ିଶା ତଥା ଭାରତର ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟ ବା ଶିକ୍ଷା ବେପାରୀ ଅଚ୍ୟୁତ ସାମନ୍ତଙ୍କ କିଟ୍ ରେ ଏ କି ପାଲା ଚାଲିଛି ? ନିୟମିତ ବ୍ୟବଧାନରେ କାହିଁକି ଛାତ୍ରୀମାନେ ମରୁଛନ୍ତି ? ଅଚ୍ୟୁତଙ୍କ ଏହି ବିଶ୍ଵବିଦ୍ୟାଳୟରେ ଅନେକ ସମୟରେ ଛାତ୍ରୀ ହିଁ ମରୁଥିବା ଦେଖାଦେଲାଣି । ନିକଟରେ ନେପାଳର ଜଣେ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁକୁ ନେଇ ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ, ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ଘଟଣା ଅଚ୍ୟୁତଙ୍କ କଳା କାରନାମାକୁ ଆଙ୍ଗୁଳି ଦେଖାଉ ନାହିଁକି ?

 

ନିଜକୁ ଜନସେବକ ଦେଖାଉଥୁବା ବା ଆଦିବାସୀ ପିଲାଙ୍କୁ ପାଠପଢ଼ାଉଥୁବା ମସିହା କହୁଥୁବା ଅଚ୍ୟୁତ ସାମନ୍ତଙ୍କ କିଟରେ ଛାତ୍ରୀ ମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ କମ ନାହିଁ । କିଛିମାସ ପୂର୍ବେ ନେପାଳୀ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ନେଇ ସଂଗୀନ ତଥ୍ୟ ଆସିଥିଲା । ତଦନ୍ତ କମିଟି ଆଗରେ ଏହି ତଥ୍ୟ ବି ରଖାଯାଇଥିଲା ହେଲେ ଏହି ଘଟଣାକୁ ଚାପି ଦିଆଯାଇଛି । ପୋଲିସ କୌଣସି ପଦକ୍ଷେପ ନେଇଛି ନା ସରକାର ଚିନ୍ତା କରିଛନ୍ତି । ଏବେ ସ୍ଥିତି ଆହୁରି ସଙ୍ଗୀନ ହେଲାଣି । ଅଚ୍ୟୁତଙ୍କ ପ୍ରତି ବିଜେପିର କେନ୍ଦ୍ରୀୟ ନେତାଙ୍କର ଅନୁକମ୍ପା ଏବଂ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ଭାବ ପ୍ରବଣତା ତାଙ୍କୁ ଅଧିକ ଶକ୍ତି ଦେଇଛି ଯାହାଦ୍ୱାରା ଏଭଳି ବ୍ୟଭିଚାର କରିବା ପାଇଁ । କିଟ ଭିତରେ ଚାଲିଥିବା ବ୍ୟଭିଚାର ହିଁ ଗୋଟିଏ ପରେ ଗୋଟିଏ ଛାତ୍ରୀଙ୍କ ଜୀବନ ନେଉଛି ।

 

ଫ୍ରେବୃଆରୀ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ଘଟଣାରେ ସମସ୍ତେ ଚୁପ ହୋଇଯାଇଛନ୍ତି । ତଦନ୍ତ ନାଁରେ ଫାଇଲ ଚାପି ଦିଆଯାଇଛି । ୧୦୦ କୋଟି ଟଙ୍କାର ଡ଼ିଲ କାଳେ କରିଛନ୍ତି କିଟର ଅଧିକାରୀ ମାନେ । ସେଥିପାଇଁ ପୋଲିସ ଆଉ ପ୍ରଶାସନ ନିରବ ରହିଛି । ଏଭଳି ସ୍ଥିତିରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ବିବାଦୀୟ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶ୍ନ ତ ଅନେକ । ପ୍ରତିକ୍ରିୟା ଜୋର ଧରିଲାଣି । ସରକାର ଅଚ୍ୟୁତଙ୍କୁ ଛାଡି ଦେଲେ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖାଲି ମର୍ଯ୍ୟାଦା ହାନିହେବ ନାହିଁ, ଓଡ଼ିଶା ସରକାର ବି ଅତି ନିକୃଷ୍ଟ, ଅପାରଗ ଏବଂ ରବର ଷ୍ଟାମ୍ପ ବୋଲି ପ୍ରମାଣିତ ହୋଇଯିବ । ଦେଖାଯାଉ ମୋହନ ସରକାର ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ନା ଅଚ୍ୟୁତଙ୍କ ଆଗରେ ମୁଣ୍ଡ ନଇଁ ରାଜ୍ୟକୁ ବଦନାମ କରାଉଛନ୍ତି ?

LEAVE A REPLY

Please enter your comment!
Please enter your name here