ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ପାରିବାରିକ କଳହ ସବୁ ସାରିଦେଲା, ସୁଖ ଦୁଃଖର ସଂସାର ଉଜାଡି ଦେଲା , ପିସାଚ ସାଜିଲା ବାପା, ବିଷ ଦେଇ ନିଜ ଦୁଇ ସନ୍ତାନକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା । ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡିରେ । ସୂଚନା ପ୍ରକାରେ, ଶନିବାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ୮ ବର୍ଷିୟ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଗତକାଲି ରାତିରେ ଝିଅର ମୃତ୍ୟୁ ଘଟିଥିଲା l ରବିବାର ସକାଳ ପ୍ରାୟ ୭ ଘଣ୍ଟା ସମୟରେ ସେହି ଭେଷଜ ମହାବିଦ୍ୟାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବାପାର ମଧ୍ୟ ମୃତ୍ୟୁ ଘଟିଛି, ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚ୍ୟଲ୍ୟ ଖେଳିଯାଇଛି । ଦୁଇ ସନ୍ତାନକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିର ଗୁରୁତର ସୁଭାଶିଷ ପାଣିଗ୍ରାହୀ ଏବଂ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ପରିବାର ତଥା ସମ୍ପର୍କୀୟମାନେ ଉଦ୍ଧାର କରି ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିଲା । ଉଭୟ ବାପା ଓ ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟ ବାପା ଓ ପୁଅକୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ବ୍ରହ୍ମପୁର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଉଭୟ ଝିଅ ଓ ବାପାଙ୍କ ମୃତ୍ୟୁ ହୋଇଛି ।
ଆଜି ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଘଟିଛି କିନ୍ତୁ କୈାଣସି ଆତ୍ମୀୟଙ୍କ ଏକତ୍ରିତ ହେବା ଦେଖିବାକୁ ମିଳୁନାହିଁ,ଘର ଖାଲି ପଡ଼ିଛି। ମୃତ ଶୁଭାଶିଷଙ୍କ ପିତା ବ୍ରହ୍ମପୁର ହସ୍ପିଟାଲରେ ମୃତକଙ୍କ ସହ ଥିବା ବେଳେ ପୋଲିସ ତଦନ୍ତରେ ନା ଆତ୍ମୀୟ ନା ସାହି ପଡୋଶୀ ଏନେଇ ସହଯୋଗ କରୁନଥିବା ବେଳେ ଘଟଣା ଘଟିଥିବା ସ୍ଥଳରେ ଛାନବିନ କରିବା ସହ ସେଠାରେ ଥିବା କିଛି ବାସି ଖାଦ୍ୟ, ତରଳ ପଦାର୍ଥ , ବଳକା ବିରିୟାନି ଓ କିଛି କିଟନାଶକକୁ ଜବତ କରିଛି ପୋଲିସ । ସେ ସବୁର ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।
ଅନ୍ୟ ମୃତକ ବାପା ପୁର୍ବ ଯୋଜନା ଅନୁସାରେ ଦୁଇ ସନ୍ତାନକୁ ରାତିରେ କିଛି ଖାଇବାକୁ ନଦେଇ ଭୋକିଲା ରଖିଥିଲା,ସକାଳୁ ସକାଳୁ ବିରିୟାନି ସହ ଖାଇବାକୁ ଦେଇଥିଲେ ଓ ପରେ କିଛି ମୃଦୁ ପାନିୟ ପିଇବାକୁ ଦେଇଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ମୃତ ଶୁଭାଶିଷଙ୍କ ସ୍ତ୍ରୀ ସ୍ବେତା ମଞ୍ଜୁରୀଙ୍କ ମଧ୍ୟ ବିଷ ପ୍ରକ୍ରିୟାରେ ଗତ ମାର୍ଚ୍ଚ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସନ୍ଦେହ ଘନିଭୂତ ହୋଇଥିଲା । ସେତେବେଳେ ମଧ୍ୟ କୈାଣସି ଆତ୍ମୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ପରିତାପର ବିଷୟ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ପରିବାର ମଧ୍ୟରେ ସମ୍ପତ୍ତି ବିବାଦ ଓ ଅନ୍ୟାନ୍ୟ କାରଣକୁ ନେଇ ସୁଭାଶିଷ ସବୁବେଳେ ଅଶାନ୍ତିରେ ରହି ଗଣ୍ଡଗୋଳ କରୁଥିବା କୁହାଯାଉଥିବା ବେଳେ ସୁଭାସିଶ ଓ ବାପାଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ଭଲ ନଥିଲା,ଏମିତିକି ବାପା ସୁବାସୀଶଙ୍କ ବୋରୋଧରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ | ସମସ୍ତ ଦିଗକୁ ନେଇ ସେ ମାନସିକ ଚାପରେ ରହୁଥିବା ଏବଂ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି l