ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ବରିଷ୍ଠ ନାଗରିକ ତଥା ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡା (୭୪) ଙ୍କ ମୃତ୍ୟୁ ଘଟଣା। ଘଟଣାର ରହସ୍ୟ ଉନ୍ମୋଚିତ କରିଛି ପୋଲିସ। ପ୍ରଥମେ ଏହା ଏକ ଅପମୃତ୍ୟୁ ମାମଲା ହୋଇଥିଲା।
ପରେ ଏହା ହତ୍ୟା ମାମଲାରେ ରୂପାନ୍ତରିତ ହେବା ସହ ଏଥିରେ ସାମିଲ ଥିବା ଇଞ୍ଜିନିୟର ପୁଅ ଓ କିନ୍ନର ବୋହୂ ଙ୍କୁ ଗିରଫ କରିଛି ।e ଦୁହେଁ ମିଶି ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲେ l ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ସନ୍ଦୀପ ପଣ୍ଡା ଓ ତାଙ୍କ ପତ୍ନୀ ଶ୍ରୀୟା । ଶ୍ରୀୟା ଜଣେ କିନ୍ନର | ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା I ତାଙ୍କ ଘର ମହାରାଷ୍ଟ୍ରର ଥାଣେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ । ସନ୍ଦୀପ ଜଣେ ବିବାହିତ। ସେ ମୁମ୍ବାଇ ରେ ଚାକିରୀ କରୁଥିଲେ। ସନ୍ଦୀପ ଜଣେ କିନ୍ନର ଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଉଭୟ ସନ୍ଦୀପ ଓ କିନ୍ନର ଶ୍ରୀୟା ୩ ମାସ ହେଲା ଗରିବବନ୍ଧୁଙ୍କୁ ପାଖରେ ରହୁଥିଲେ। ଅନେକ ସମୟରେ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ। ୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ ଏବଂ ଉଭ୍ୟକ୍ତ ହୋଇ ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
କିନ୍ତୁ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ | ଏପରିକି, ଘରର ବିଭିନ୍ନ ସ୍ଥାନରେ ପଡ଼ିଥିବା ରକ୍ତଛିଟାକୁ ପୋଛାପୋଛି କରି ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ।୧୬ ତାରିଖ ପୂର୍ବାହ୍ନରେ ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସନ୍ଦୀପ ଏମ୍ସ୍କେସିଜି ମେଡିକାଲକୁ ନେଇଥିଲେ | ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗରିବବନ୍ଧୁଙ୍କ ମୃତ୍ୟୁ ଘଟିଥିଲା I ତାଙ୍କ ଛାତିର ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା I ଏନେଇ ଡାକ୍ତରଙ୍କ ପକ୍ଷରୁ ପୁଲିସକୁ ଖବର ଦିଆଯିବା ପରେ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ କରିବା ପରେ ଜାଣିପାରିଥିଲା ଏହା ଏକ ହତ୍ୟା। ମାମଲା।