ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କୁଟିଆପଡ଼ା ରେ ପିଶାଚ ନର ରାକ୍ଷାସ ବାପାର ଜଘନ୍ୟ କାଣ୍ଡ । ୧୪ ମାସର ପୁଅକୁ କୁଅ ରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିବା ସହ ଶରୀରର ବିଭିନ୍ନ ଜାଗାରେ ଛୁରା ମାରି କ୍ଷତ ବିକ୍ଷତ କରି ଗୁରୁତର ଆହତ କରିଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କୁଟିଆପଡ଼ା ଗାଁର କିଶୋର ମାଝି ଘରେ ତାର ସ୍ତ୍ରୀ ଜୟନ୍ତୀ ମାଝୀ ନଥିବା ବେଳେ ଔଷଧ ଦେଇ ଗାଁ ପାଖ କୂଅରେ ଶିଶୁପୁତ୍ରକୁ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା। ତେବେ ଏନେଇ ପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିଲା। ପରେ ଗାଁ ଲୋକ ଘଟଣା ସମ୍ପକରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଏନେଇ ସ୍ତ୍ରୀ ଜୟନ୍ତୀ ମାଝୀ ଏନେଇ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବୋଡ଼େନ ପୋଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏହା ଏକ ପାରିବାରିକ କଳହରୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ଙ୍କୁ ଅଟକ ରଖିଥିବା ବୋଡ଼େନ ଆଇଆଇସି ଗୋବିନ୍ଦ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।