ଦେଶରେ ବ୍ୟାପିଛି ମଙ୍କିପକ୍ସ ଭୂତାଣୁର ଭୟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଭୂତାଣୁର ଭୟ ବ୍ୟାପିଛି। ପ୍ରଥମେ ଆଫ୍ରିକା ପରେ ସ୍ବିଡେନ ଆଉ ଏବେ, ପଡୋଶୀ ଦେଶ ପାକିସ୍ତାନରେ ଘାତକ ମଙ୍କିପକ୍ସ ସଂକ୍ରମଣ ସାମ୍ନାକୁ ଆସିଛି । ଦୁବାଇରୁ ପାକିସ୍ତାନ ଫେରୁଥିବା ଯାତ୍ରୀଙ୍କ ଠାରେ ଦେଖାଦେଇଛି ଏହି ଭୂତାଣୁ । ଏଥିପାଇଁ ଏବେ ଭାରତ ପାଇଁ ମଧ୍ୟ ସତର୍କ ଘଣ୍ଟି ବଜିବା ଆରମ୍ଭ ହୋଇଛି। ତେବେ ଏହି ରୋଗ ଭାରତ ଉପରେ କି ପ୍ରଭାବ ପକାଇବ ସେନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।ତେବେ ୨୦୨୨ ମସିହାରେ ଏହି ମହାମାରୀ ଆଫ୍ରିକାରୁ ଆରମ୍ଭ ହୋଇ ଆମେରିକା ଏବଂ ବ୍ରିଟେନ ଯାଏଁ ବ୍ୟାପି ଯାଇଥିଲା। ଏହି ରୋଗରେ ସଂକ୍ରମିତ ୨୭ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ୨୦୨୪ ମଧ୍ୟରେ ଏମପକ୍ସରେ ୧୦୦୦ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here