ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ) ସାତପଡା – ଜହ୍ନିକୁଦା ଚିଲିକା ଉପରେ ସେତୁ ନିର୍ମାଣ ପ୍ରସ୍ତାବ କାର୍ଯ୍ୟକ୍ଷମ କରାଯାଇଥିବାରୁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜ ପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ବିଶେଷ ଅଭିନନ୍ଦନ ଜଣାଇଛନ୍ତି l ଗତ ମେ ମାସ ୧୨ ତାରିଖରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଗଡ଼କରୀଙ୍କ ନିକଟକୁ ସ୍ମାକରପତ୍ର ସହ ଉକ୍ତ ଦାବିନେଇ ବ୍ୟକ୍ତିଗତ ଭାବେ ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଦାବୀ କରାଯାଇଥିଲା l ଯାହାଫଳରେ ଦକ୍ଷିଣ ଓଡିଶା ସହ ପୁରୀ କୁ ସିଧାସଳଖ ଯୋଗାଯୋଗ ଓ ୫୦ କିଲୋମିଟର ଅଧିକ ଦୂରତା କମ ପଢୁଥିବାରୁ ସଂଗଠନର ଦାବୀକୁ ମାନ୍ୟବର ମନ୍ତ୍ରୀ ନିତିନ ଗଡକାରୀ ଗ୍ରହଣ କରି ପଦକ୍ଷେପ ନେଇଥିବା ଯୋଗୁ , ସେହି ପରିପ୍ରେକ୍ଷୀରେ ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟନାୟକ କେନ୍ଦ୍ର ସରକାର ତଥା ମାନ୍ୟବର ମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି l କିନ୍ତୁ ଏହାର ଶ୍ରେୟ ନେବାପାଇଁ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଛି l