ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ପାଳିତ ହେଇଛି ଅଧିଷ୍ଠାତ୍ରୀ ମା’ ବୁଢ଼ୀ ସଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରା । ଗତକାଲି ଘଟ ପରିକ୍ରମାର ପ୍ରଥମ ଦିନରେ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ବ ଘଟ ବିରାଟ ପଟୁଆରରେ ଅସ୍ଥାୟୀ ମଣ୍ଡପରୁ ବାହାରି ନିଜ ବାପ ଘରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ରାଜଭୋଗ କରାଯାଇଥିଲା । ଏହି ଯାତ୍ରା ଦୀର୍ଘ ୧୦ଦିନ ଧରି ଆୟୋଜିତ ହେଉଛି।
ମା’ ବୁଢ଼ୀ ସଆନ୍ତାଣୀ ଠାକୁରାଣୀ ଯାତ୍ରାରେ ଆରମ୍ଭ ହେଲା ଘଟ ପରିକ୍ରମା, ପ୍ରଥମ ଦିନରେ ମା ବୁଢ଼ୀ ସଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରାର ଘଟ ପରିକ୍ରମାର ପ୍ରଥମ ଦିନରେ ମା’ ନିଜ ବାପ ଘର କୁହାଯାଉଥିବା ଅସ୍ଥାୟୀ ମନ୍ଦିରରୁ ବାହାରିବା ପରେ ସୁଣ୍ଡି ସାହି ସ୍ଥିତ ବାପ ଘରକୁ ଯାଇଥିଲେ। ସେଠାରେ ରାଜଭୋଗ ଲାଗି ହୋଇଥିଲା ।ଏବଂ ପରେ ଭଣ୍ଡାରୀ ସାହି, କୁମ୍ଭାର ସାହି ଓ ହରିଜନ ସାହି ପରିକ୍ରମା କରିଥିଲା । ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଘଟ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ।
ଏହି ଯାତ୍ରାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ନିମଖଣ୍ଡି ଥାନା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଗତକାଲି ମା’ଙ୍କ ଘଟ ପରିକ୍ରମା ସମୟରେ ପୋଲିସ, ମନ୍ଦିର ସେବାୟତ,କମିଟି ବୃନ୍ଦ ଉପସ୍ଥିତ ରହି ଘଟ ପରିକ୍ରମାରେ ସହଯୋଗ କରିଥିଲେ । ଏହା ବ୍ୟତୀତ ଏହି ଯାତ୍ରାକୁ ଆକର୍ଷଣ କରିବା ପାଇଁ ଆସନ୍ତା ୩ ତାରିଖରୁ ପିଲା ମାନଙ୍କ ମନୋରଞ୍ଜନ ପାଇଁ ରାମଦୋଳି, ମୀନା ବଜାର,ଭୋଜନ ସମାରୋହ ସମେତ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।