ଓଡ଼ିଆ ଭାଷାରେ ହେବ ତ ଫାଇଲ କାମ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):-:ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିବା ବିଜେପି ସରକାରଙ୍କ ଆଗରେ ବଡ଼ ଚ୍ୟାଲେଂଜ ରହିଛି। ଓଡିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ବିଜେପି । ତେଣୁ ସରକାରଙ୍କ ପ୍ରଥମ ପ୍ରାଥମିକତା ପାଲଟିଛି, ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା। ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସମସ୍ତ ବିଭାଗ ଓଡ଼ିଆ ଭାଷାରେ ଫାଇଲ କାମ କରିବା ପାଇଁ ତତ୍ପରତା ଦେଖାଉଛନ୍ତି । ଓଡ଼ିଆରେ ଫାଇଲ ଲେଖିବା ପାଇଁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।ନିଜେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ କହିଛନ୍ତି, ଅଭ୍ୟାସ କଲେ ସବୁ ସମ୍ଭବ। କିନ୍ତୁ କୁହାଯାଉଛି, ପ୍ରସ୍ତୁତ ହୋଇଥିବା ପ୍ରାଶାସନିକ ଶବ୍ଦକୋଶରେ ସମସ୍ୟା ରହିଛି ।

ଅନେକ ଜଟିଳ ଇଂଜାରୀ ଶବ୍ଦର ଓଡ଼ିଆ ଏଯାଏଁ ହୋଇପାରିନାହିଁ। ତେଣୁ ଚିଠିରେ, ମନ୍ତ୍ରୀମାନେ ନିଜନିଜ ବିଭାଗର ଅଫିସରଙ୍କୁ ଓଡ଼ିଆରେ ଫାଇଲ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏଥିରେ ଆଗୁଆ ଅଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ୨୪ ବର୍ଷ ଧରି ବିଜେଡ଼ି ସରକାରରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଅଣଓଡିଆ ଅଫିସରମାନେ ଅନ୍ତରାୟ ସୃଷ୍ଟି କରୁଥିଲେ ବୋଲି ଅଭିଯୋଗ ହୁଏ। ସରକାର ବଦଳିଛି ହେଲେ ଅମଲାତନ୍ତ୍ର ବଦଳି ନାହାନ୍ତି। ନୂଆ ସରକାରଙ୍କ ପାଇଁ ମଧ୍ୟ ସେହି ଅଫିସର କାମ କରିବେ ଯିଏ ୨୪ ବର୍ଷ ଧରି ଗୋଟିଏ ଢାଞ୍ଚାରେ ପଡିଛନ୍ତି। ଅନ୍ୟପକ୍ଷରେ କେତେକ ଇଂରାଜୀ ଶବ୍ଦର ଆକ୍ଷରିକ ଓଡିଆ କରିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ମୋହନ ସରକାରଙ୍କ ଏହି ମହତ୍ୱକାଂକ୍ଷା କେମିତି ସଫଳ ହେବ ତା ଉପରେ ସନ୍ଦେହ ବଢୁଛି ।

LEAVE A REPLY

Please enter your comment!
Please enter your name here