ଫାଇନାନ୍ସ କର୍ମଚାରୀ ଙ୍କୁ ଗାଡି ଚଢାଇ ହତ୍ୟା

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶୂକ୍ରା ସାହି ରେ ଘଟିଛି ଅଭାବନୀୟ ଘଟଣା। ଗ୍ରାହକ ଙ୍କ ଘର କୁ ବାଇକ ଲୋନ ର ବକେୟା କିସ୍ତି ଅର୍ଥ ଆଦାୟ ପାଇଁ ଯାଇଥିବା ବେଳେ ଉତ୍ତ୍ୟକ୍ତ ହୋଇ ଗାଡି ଚଢାଇ ହତ୍ୟା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ସଦର ଥାନା ବନେଇକଳା ଗାଁ ର ବୁବୁ ମହାନ୍ତ ବୋଲି ଜଣା ପଡିଛି। ସୂଚନା ଅନୁସାରେ ନୟାକୋଟ ଥାନା ସୁକ୍ରା ସାହି ର ରାମ ସିଂ ମୁଣ୍ଡା ଏକ ପଲସର୍ ବାଇକ ବଜାଜ ଫାଇନାନ୍ସ ରୁ ଲୋନ୍ ରେ ଆଣିଥିଲେ। ରାମ ସିଂ ଙ୍କ ବାଇକ କିସ୍ତି ଫେଲ ଥିବାରୁ ବଜାଜ ଫାଇନାନ୍ସ ର କର୍ମଚାରୀ ମନୋଜ ମହାନ୍ତ ଓ ସାଙ୍ଗରେ ତାଙ୍କ ସମ୍ପର୍କୀୟ ବୁବୁ ମହାନ୍ତ ଦୁହେଁ ତାଙ୍କ ଘରକୁ ଯାଇ କିସ୍ତି ଟଙ୍କା ମାଗିଥିଲେ। କିଛି ସମୟ ପରେ ଗ୍ରାହକ ଓ କର୍ମଚାରୀ ଙ୍କ ମଧ୍ଯ ରେ ଯୁକ୍ତି ତର୍କ ହୋଇଥିଲା। ଯୁକ୍ତି ତର୍କ ପରେ ଫାଇନାନ୍ସ କର୍ମଚାରୀ ରାମ ସିଂ ଙ୍କୁ ତାଗିଦ କରି ଫେରି ଆସିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରାମ ସିଂ ଗାଁ ଠାରୁ କିଛି ଦୂର ରେ ତାଙ୍କ ପଛରେ ଆସି ବୋଲେରୋ ରେ ବାଇକ କୁ ଧକ୍କା ଦେଇଥିଲେ ଫଳ ରେ ବାଇକ ପଛରେ ବସିଥିବା ଵୁବୁ ଛିଟିକି ପଡିଥିଲେ। ତାପରେ ଦେହ ଉପରେ ବୋଲେରୋ ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ବାଇକ ଚଳାଉ ଥିବା ମନୋଜ ମହାନ୍ତ ରାସ୍ତା କଡରେ ଛିଟିକି ପଡି ଆହତ ହୋଇ ଥିବା ଜଣା ପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ଆହତ ମନୋଜ କୁ ଆମ୍ବୁଲାନ୍ସ ରେ ମେଡିକାଲ ରେ ଭର୍ତ୍ତି କରିଥିବା ଜଣାପଡିଛି। ନୟାକୋଟ ପୋଲିସ ଘଟଣା ର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here