ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅଭାବନୀୟ ଘଟଣା ଘଟିଯାଇଛି । ଅଗ୍ନିଶମ ବିଭାଗର ଉଚିତ ସମୟ ରେ ସଠିକ୍ ଚେଷ୍ଟା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ପୋଡ଼ି ପାଉଁଶ ହେବାରୁ ବଞ୍ଚିଯାଇଛି । ସୂଚନା ଅନୁସାରେ,ରବିବାର ସକାଳ ୧୦ ରୁ ୧୧ ଭିତରେ ସଟ୍ ସର୍କିଟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିଲା । ଖବର ପାଇ ତୁରନ୍ତ ଖରୀଆର ରୋଡ ଓ ନୂଆପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ ।
ଏଥିରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ କିଛି ଚୌକି ଟେବୁଲ ସହ କିଛି କାଗଜପତ୍ର ପୋଡିଯାଇଛି । ଆଜି ଛୁଟି ଦିନ ହୋଇଥିଲେ ହେଁ ତୁରନ୍ତ ଜିଲ୍ଲାପାଳ ଙ୍କ ସହ ଏସପି ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି । ଅଗ୍ନିଶମ ବିଭାଗ ର ଉପସ୍ଥିତି ବୁଦ୍ଧି ପାଇଁ ଅଗ୍ନିଶମ କର୍ମଚାରୀ ଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଛନ୍ତି । ଅପରପକ୍ଷରେ ତଦନ୍ତ ପରେ ସଠିକ୍ କ୍ଷୟକ୍ଷତି ର ଆକଳନ କରାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।