ମହାକୁମ୍ଭରେ ପୁଣି ଲାଗିଲା ନିଆଁ

0

ପ୍ରୟାଗରାଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାକୁମ୍ଭର ସେକ୍ଟର-୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ପାଉଁଶ ହୋଇ ଯାଇଛି । ତେବେ ଅଗ୍ନିଶମ ବାହିନୀ ଠିକ୍ ସମୟରେ ନିଆଁକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ କୌଣସି ଜୀବନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପୋଲିସ ଅଧିକାରୀମାନେ ଶାନ୍ତି ରକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରୁଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୫ଟି ପେଣ୍ଡାଲ ତମ୍ବୁ ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଅବଗତ କରାଯାଇଥିଲା । ତେବେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ରାସ୍ତାନ ଥିବାରୁ ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ କୌଣସି ମତେ ଠିକ୍ ସମୟରେ ପହଞ୍ଚି କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିଥିଲା ।

LEAVE A REPLY

Please enter your comment!
Please enter your name here