ଭଂଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଦ୍ୱିତୀୟ ଦିନରେ, ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ, ସ୍ଥାନୀୟ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଜନସାଧାରଣଙ୍କୁ ସତର୍କ ଏବଂ ସଚେତନ କରିବାପାଇଁ ଭଂଜନଗର ସହରର ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ପୋଲିସ ପକ୍ଷରୁ ଏଭଳି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଭଂଜନଗର ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କ ସମେତ ବିଭିନ୍ନ ଥାନାର ଥାନାଧିକାରୀ, କର୍ମଚାରୀ ଏବଂ ସଶସ୍ତ୍ର ପୋଲିସ ବାହିନୀର ପ୍ରମୁଖ ଫ୍ଲାଗମାର୍ଚ୍ଚରେ ସାମିଲ ହେବାସହ , ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା ।

ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ସମୟରେ ହିଂସାତ୍ମକ ଆଚରଣ ଠାରୁ ଦୂରରେ ରହିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲା , ପୋଲିସ ।

LEAVE A REPLY

Please enter your comment!
Please enter your name here