ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି : ଗ୍ରେସ ମାର୍କ ଦାବି 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-:ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା l କୌଣସି ତ୍ରୁଟି ଯେପରି ନ ରହେ ସେଥିପାଇଁ ପୂର୍ବରୁ ବୋର୍ଡ ପକ୍ଷରୁ ବିଭିନ୍ନ ଚେଷ୍ଟା କରାଯାଇଛି l AI କ୍ୟାମେରା ଦ୍ୱାରା ବିଭିନ୍ନ ପରୀକ୍ଷା ହଲ ର ଟିକ ନିଖ ତଥ୍ୟ ତଦାରଖ କରାଯାଉଛି l ତେବେ ଶନିବାର ଥିଲା ବିଜ୍ଞାନ ପରୀକ୍ଷା l ଏହି ପରୀକ୍ଷାର ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦେଖାଦେଇଛି । ବିଜ୍ଞାନର ସବଜେକ୍ଟିଭ ପ୍ରଶ୍ନପତ୍ର ୫୦ ମାର୍କ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪୬ ମାର୍କର ପ୍ରଶ୍ନ ରହିଥିବା ବେଳେ ଆଉ ୪ ମାର୍କର ପ୍ରଶ୍ନ ନଥିବା ପରୀକ୍ଷା ହଲ ରେ ଜାଣିବାକୁ ପାଇଥିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କେବଳ ସି ସେଟ ପ୍ରଶ୍ନପତ୍ରରେ ଏଭଳି ଦେଖାଯାଇଥିବା ବେଳେ ଏନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ନିରୀକ୍ଷକ ଦାୟିତ୍ୱରେ ଥିବା ଅଧିକାରୀ ଏହି ପ୍ରସଙ୍ଗରେ ପିଲାଙ୍କୁ ବୁଝାଇସୁଝାଇ ପରୀକ୍ଷାରେ ଲେଖିବା ପାଇଁ କହିଥିଲେ ।

 

ତେବେ ” ରାଜ୍ୟର କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସବଜେକ୍ଟିଭ ସି ସେଟ୍ ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି, ଏହା ମୁଦ୍ରଣ ଜନିତ ତ୍ରୁଟି, ଏହା ବୋର୍ଡ ନଜରକୁ ଆସିଛି,ଏହି ଘଟଣା ପରୀକ୍ଷା କମିଟିକୁ ରେଫର ହୋଇ ସାରିଛି,ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ, ଏହି ତ୍ରୁଟି ଦ୍ଵାରା ସେହି ସେଣ୍ଟର କୌଣସି ବିଦ୍ୟାର୍ଥୀଙ୍କ ଫଳ ପାଇବାରେ ଅସୁବିଧା ହେବନାହିଁ, ନିଶ୍ଚିତ ରହି ସମସ୍ତ ପରୀକ୍ଷାର୍ଥୀ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ ” ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here