ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଜିଲ୍ଲା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେଲା ଭାର ଉତ୍ତୋଳନ ପ୍ରତିଯୋଗିତା।ଜିଲ୍ଲାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ରହିଛି ବୋଲି ପ୍ରତିଯୋଗିତା ପରିଚାଳକ ଶ୍ରୀ ସିଦ୍ଧାର୍ଥ ବେହେରା କହିଛନ୍ତି । ଏହି ପ୍ରତିଯୋଗିତାରେ ମାଲକାନଗିରି ପୁଅ ଝିଅ ମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୨ଟି ସରକାରୀ ଓ ୯ଟି ବ୍ୟକ୍ତିଗତ ଭାର ଉତ୍ତୋଳନ କେନ୍ଦ୍ର ରହିଥିବା ଜଣାପଡିଛି ।ସେଥି ମଧ୍ୟରୁ ମୋସଲ ଗେରେଜ ମଲ୍ଟି ଜିମରେ ଶିଖୁଥିବା କିଛି ମହିଳା ଓ ପୁରୁଷ ଏହି ପ୍ରତିଯୋଗିତାରେ ଭାଗ ନେଇ ଥିଲେ ଏବଂ ୫ଜଣ ପୁରସ୍କୃତ ହୋଇଥିଲେ ଯାହା ମାଲକାନଗିରି ଜିଲ୍ଲା ପାଇଁ ଏକ ଗୌରବର ବିଷୟ।ମହିଳାଙ୍କ ମଧ୍ୟରେ ୫୫କେଜି ରୁ କମ୍ ଥିଲେ ୪ଜଣ, ୫୫ରୁ ୬୫କେଜି ଥିଲେ ୨ଜଣ ଓ ୬୫ କେଜୀରୁ ଅଧିକ ଥିଲେ ୪ଜଣ ପ୍ରତିଯୋଗୀ ମୋଟ ୧୦ ଜଣ ଭାଗ ନେଇଥିଲେ ।ସେପରି ପୁରୁଷଙ୍କ ମଧ୍ୟରେ ୬୦ କେଜି ରୁ କମ୍ ୧୩ ଜଣ, ୬୦ରୁ ୭୦ କେଜି ୧୨ଜଣ, ୬୦ ରୁ ୮୦ କେଜି ମଧ୍ୟରେ ୧୧, ୮୦ ରୁ ୯୦ କେଜି ୭ ଜଣ ଓ ୯୦ କେଜି ରୁ ଅଧିକ ୫ ପ୍ରତିଯୋଗୀ ଭାଗନେଇଥିଲେ । ଏପରିକି ୫୦ ବର୍ଷରୁ ଅଧିକ ମାଷ୍ଟର ୨ ବିଭାଗର ୨ ଜଣ ପ୍ରତିଯୋଗୀ ଓ ନିଜର ଫିଟନେସ ମନ୍ତ୍ର ଏହି କମ୍ପିଟିସନ୍ ରେ ଭାଗ ନେଇ ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିଲେ ।ମହିଳାମାନଙ୍କ ପ୍ରଥମ କାଟାଗୋରି ରେ ମନିଷା ମହାନ୍ତି, ଦ୍ଵିତୀୟ କାଟାଗୋରିରେ ସିପ୍ରା ବିଶ୍ୱାସ, ଓ ତୃତୀୟ କାଟାଗୋରିରେ ଉଷା ଶର୍ମା ପ୍ରଥମ ହୋଇଛନ୍ତି ।
ସେହିପରି ପୁରୁଷମାନଙ୍କ ପ୍ରଥମ କାଟାଗୋରି ରେ କୁର୍ବାନ ଅଲି ସର୍ଦ୍ଦାର , ଦ୍ୱିତୀୟ କାଟାଗୋରି ରେ ଅମୂଲ୍ୟ ପ୍ରିୟଦର୍ଶିନୀ କ୍ଷେତ୍ରୀୟ, ତୃତୀୟ କାଟାଗୋରି ରେ ବିଜେନ୍ଦ୍ର ବିହାରୀ ବାଘ, ଚତୁର୍ଥ କାଟାଗୋରି ରେ ଶେଖ୍ ଅବତାବ ଓ ପଞ୍ଚମ କାଟାଗୋରିରେ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି କୃତି ହାସଲ କରିଥିଲେ ।ଏହି ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ଚାମ୍ପିଅନସିପ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀ ଦେବବ୍ରତ ଦାସ, ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜର ଶ୍ରୀ ସତବିର ସିଂହ ରିଆନ୍ , ଜିଲ୍ଲା ବଣିକ ସଂଘ ସଭାପତି ଶ୍ରୀ ସୁରେଶ ସୋମାନି, କୋରାପୁଟ ପାୱାର ଲିଫିଟିଂ (ନେସନାଲ ଚମ୍ପିୟାନ) ଶ୍ରୀ ସତ୍ୟ ପାଣି, ଏସିଆନ ବେଞ୍ଚ ପ୍ରେସ ଗୋଲ୍ଡ ମେଡାଲିଷ୍ଟ ଶ୍ରୀ ବୈବ କୁମାର ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ ମଧ୍ୟ କରିଥିଲେ ।