କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ଗୁଆଲି ସେକ୍ସନ ଅଧିନସ୍ଥ ରୋଇଡା ଜଙ୍ଗଲରୁ ରବିବାର ଏକ ବାରହା ଶିକାର କରି ମାଂସ କାଟୁଥିବା ବେଳେ ଟଣ୍ଟୋ ଗ୍ରାମ ବୁରୁହାଟିଂରେ ଚଢାଉ କରି ବାରହା ମାଂସ ଜବତ୍ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ।
ଗିରଫ ଅଭିଯୁକ୍ତ ହେଲେ ଗ୍ରାମର ବାଘା ମୁଣ୍ଡା ଓ ସାବିର ମୁଣ୍ଡା। ପଚରାଉଚୁରା ପରେ ଜବତ ବାରହା ମାଂସକୁ ପୋତିବା ସହ ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡବିଲ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।