କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧିନସ୍ଥ ବଲାଣି ଶାନ୍ତିନଗରସ୍ଥିତ ଏକ ଘରୁ ଲକ୍ଷାଧିକ ଟଙ୍କାର କାଠ ସହ କାଠ ନିର୍ମିତ ଫର୍ଣିଚର୍ ଜବତ କରିଛି ବନବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ଶାନ୍ତିନଗରରେ ଥିବା ଉକ୍ତ ଘରେ ଜଣେ ବ୍ୟକ୍ତି ବେଆଇନ ଫର୍ଣିଚର୍ କାରଖାନା କରି ନିକଟସ୍ଥ ଜଙ୍ଗଲରୁ ଗଛ କାଟି ଆସବାବ ପତ୍ର ତିଆରି କରି ବିକ୍ରୀ କରୁଥିଲେ।
ଏନେଇ ବନ ବିଭାଗ ଜାଣିବାକୁ ପାଇ ସେଠାରେ ଚଢାଉ କରି କାଠ ସହ ଫର୍ଣିଚର୍ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଜଣକୁ ଗିରଫ କରି ବନ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଲୋକଙ୍କୁ ଖୋଜାଖୋଜି ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।