Forest Festival at Vinodini Science Higher Secondary School

0

ବିନୋଦିନୀ ବିଜ୍ଞାନ ଉଚ୍ଚ ମIଧ୍ଯମିକ ବିଦ୍ୟାଳୟ ରେ ବନମହୋତ୍ସବ

 

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜିଲ୍ଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ବିନୋଦିନୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ବୃକ୍ଷର ଉପାଦେୟ ଦୟତାକୁ ଉଦାହରଣ ଦେଇ ତାଙ୍କ ପିତା ଡା: ତିରୁପତି ପାଣିଗ୍ରାହୀ ଙ୍କ କରକମଳ ରେ ପୋତିଥିବା ବିନୋଦିନୀ ମଞ୍ଜି ଆଜି ବିରାଟ ଦ୍ରୁମରେ ପରିଣତ ହୋଇ ଫୁଲ, ଫଳ, ଓ ଛାୟା ପ୍ରଦାନ କରୁଛି ।

ମୁଖ୍ୟବକ୍ତା ଭାବେ ଏସ. ଆନନ୍ଦ, ଜିଲ୍ଲାମୁଖ୍ୟ ବନଖଣ୍ଡ ଅଧିକାରୀ ତାଙ୍କ ବକ୍ତବ୍ୟରେ ବୃକ୍ଷ କେବଳ ମନୁଷ୍ୟ କୁ ସୁରକ୍ଷା ଦେଇଥାଏ ତାନୁହେଁ ବରଂ ସମସ୍ତ ଜୀବଜଗତ ତଥା ପରିବେଶକୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ୩୨୦ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ହ୍ୟୁଟସଅପ ଗୃପ ପ୍ରସ୍ତୁତ କରି ଚାରା ବଣ୍ଟନ ଏବଂ ସେଇ ବୃକ୍ଷର ରକ୍ଷଣାବେକ୍ଷଣ ର ସମୀକ୍ଷା କରାଯିବା ଓ ତାର ଉଚିତ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟ ର୍ଯ୍ୟକ୍ରମକୁ ଅଧ୍ୟାପକ ସୀତାରାମ ପ୍ରଧାନ ପରିଚାଳନା କରିଥିବାବେଳେ ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ସମସ୍ତ ଅତିଥ୍ ବୃନ୍ଦ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃକ୍ଷରୋପଣ କରିଥିଲେ ଓ ବୃକ୍ଷକୁ ବଞ୍ଚାଇବାର ସଂକଳ୍ପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here