ଗଜପତି ( ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ର ନିରାକରଣ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି I ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ଙ୍କ ସହ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଏବଂ ଅରୁଣ କୁମାର ସାହୁ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ I ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ବାର୍ତା ନେଇ ପ୍ରତ୍ୟେକ ଗାଁ କୁ ଗାଁ ଏହା ସହ ପ୍ରତ୍ୟେକ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ଅନୁଷ୍ଠାନ କୁ ବୁଲିବ ଜଙ୍ଗଲ ବିଭାଗର ଏହି ସଚେତନତା ରଥ I ଏହା ପାରଳାଖେମୁଣ୍ଡି ବନଖଣ୍ଡ ର ସାତ ଗୋଟି ବନାଞ୍ଚଳର ପ୍ରତ୍ୟେକ ଗାଁ କୁ ଗାଁ ବୁଲି ବନ ବିଭାଗର ଜଙ୍ଗଲ ସହ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ଏବଂ ପରିବେଶ ର ସୁରକ୍ଷା ବାର୍ତା ପ୍ରଚାର କରିବ I ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ଏବଂ ଜଙ୍ଗଲ ର ରକ୍ଷା ପରିବେଶ ସୁରକ୍ଷା ଏହି ବାର୍ତା ନେଇ ପହଂଚାଇବା ପାଇଁ ଜଙ୍ଗଲ ବିଭାଗର ଏହା ଏକ ନୂଆ ପ୍ରୟାସ ଏବଂ ଏହି ରଥ ମାଧ୍ୟମରେ ସଚେତନତା କରାଯାଉଛି I ଏଥିରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ବିଭିନ୍ନ ନାଚ ଗୀତ ଗୁଡିକ ଏଲଇଡ଼ି ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇ ସଚେତନତା କରାଯାଉଛି।