ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ । ୯୫ବର୍ଷ ବୟସରେ ଗତକାଲି (ଶନିବାର) ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ସେ 2007ରୁ 2013 ଯାଏଁ କାର୍ଯ୍ୟ କରିଥିଲେ । ମୁରଲୀଧରଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।ଭାରତୀୟ ଜାତୀୟ କଂଗ୍ରେସର ଏହି ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର 43ତମ ରାଜ୍ୟପାଳ ରୂପେ କାର୍ଯ୍ୟ କରିଥିଲେ । 2007 ମସିହା ଅଗଷ୍ଟ 21 ତାରିଖରୁ 2013 ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ସକ୍ରିୟ ରାଜନୀତିରେ ଥିଲେ । କଂଗ୍ରେସରୁ ସେ ତିନିଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 1980 ରୁ 82, 1982ରୁ 1988 ଓ 1988ରୁ 1994 ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ । ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।