ବୁଗୁଡ଼ା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଭଳି ସଂଙ୍ଗିନ୍ ଘଟଣାକୁ ନେଇ ଗୋଟିଏ ପଟେ କଂଗ୍ରେସ ଓ ବିଜେଡ଼ି ବିଧାନସଭା ଘେରାଉ କରି ଜନ ଆନନ୍ଦୋଳକୁ ଓହ୍ଲାଇ ବିଜେପି ସରକାର ବିରୋଧରେ କଡ଼ା ସମାଲୋଚନା କରୁଥିବା ଭଳି ଚିତ୍ର ଏବଂ ଚିତ୍କାର ସାମ୍ନାକୁ ଆସୁଛି । ହେଲେ ଅନ୍ୟପଟେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କରସିଂଙ୍ଗ୍ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ଗୌଡ଼ ସେହି ଗ୍ରାମର ଜଣେ ମହିଳା କୁ ଦୁଷ୍କର୍ମ କରି ହରଡ଼ଘଣାରେ ପଡ଼ି ଥିବା ନେଇ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି । ଏନେଇ ପୀଡ଼ିତା ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଶାସକ ଦଳର ହାତ ବାରିସୀ ସାଜି ସ୍ଥାନୀୟ ପ୍ରଶାସନ ଦୁଷ୍କର୍ମ ଘଟାଣାକୁ ଚପାଇ ଦେବାକୁ ମସୁଧା କରୁଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଯାହାକୁ ନେଇ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୀଡ଼ିତାଙ୍କ ଘରକୁ ଯାଇ ଦୁଖଃ ପ୍ରକାଶ କରି ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପରେ ଉକ୍ତ ଦୁଷ୍କର୍ମ ଘଟଣାକୁ ନେଇ ବୁଗୁଡା ଧାନା ଅଧିକାରୀଙ୍କୁ ଭେଟି ପ୍ରକୃତ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଗୌଡ଼ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ l