କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିନକୁ ଦିନ ବୃଦ୍ଧି ପାଉଛି ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ବେଆଇନ୍ ନିଶା କାରବାର , ସେ ମଦ ହେଉ କିମ୍ବା ଗଞ୍ଜେଇ ହେଉ କରଞ୍ଜିଆ ଉପଖଣ୍ଡ ର ଅଧିକାଂଶ ଗାଁ ରେ ଖୁଲମ୍ ଖୋଲ୍ଲା ଚାଲିଛି ନିଶା କାରବାର। ତେବେ ଏହାକୁ ରୋକିବା ପାଇଁ କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଉପଖଣ୍ଡର ସମସ୍ତ ବ୍ଲକ ଓ ଏନଏସିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଥିବା ବେଳେ ,ଆଜି ଅବକାରୀ ବିଭାଗ ସକାଳେ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ୍ ଗଞ୍ଜେଇ ବିକ୍ରି ହୋଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ଓ ଉପ ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନୀରିକ୍ଷକ ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଏଏସଆଇ ଫୁଲମଣି ନାଏକ ଏବଂ ଟିମ୍ ମିଳିତ ଭାବେ ସୁକ୍ରୁଳି ବ୍ଲକ୍ ଅନ୍ତର୍ଗତ ଟାଙ୍ଗିଆ ଗ୍ରାମରେ ଅତର୍କିତ ଭାବେ ଚଢାଉ କରି ୧୫୩ କିଲୋ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶୁକ୍ରୁଳୀ ବ୍ଲକ୍ ଅନ୍ତର୍ଗତ ଟାଙ୍ଗିଆ ଗ୍ରାମର ବିକାସ ଚନ୍ଦ୍ର ଗିରି ବୋଲି ଜଣା ପଡିଛି। ତେବେ ଏନେଇ ଅବକାରୀ ବିଭାଗ କେଶ୍ ନମ୍ୱର୍ ୭୬/୨୫ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ୍ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି l