ପାରଳାଖେମୁଣ୍ଡି(ବିପ୍ଲବୀ ପରିକ୍ରମା ):- ଟଙ୍କା ଛପା ମେସିନ ଯୋଗାଇବା ନାମରେ ଜଣକୁ ଅପହରଣ ଏବଂ ତାଙ୍କ ପତ୍ନୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟି ନେବା ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଚାରି ଜଣକୁ ଗିରଫ କରିଛି।ଅଭିଯୁକ୍ତ ଚାରି ଜଣଙ୍କ ମଧ୍ୟରୁ ଜଣେ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ତିନି ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡିଛି।ଘଟଣାଟି କିଛି ଏମିତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେ କେ ସିଂ ଗ୍ରାମର ପ୍ରଚୁର ଲିମା ନାମକ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଛପା ମେସିନ ଯୋଗାଇବା ନାମରେ ଡାକି ନେଇ ଗିରିଫ ଚାରିଜଣ ଅଭିଯୁକ୍ତ ଗଂଜାମ ଜିଲ୍ଲା ବରକୁଳ ନିକଟସ୍ଥ ଚିଲିକା ଗ୍ରାମର ଓଁମ ସାଇବାବା ଲଜ୍ ରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଅପହରଣ କରି ରଖି ପ୍ରଚୁର ଙ୍କ ପରିବାର ବର୍ଗଙ୍କୁ ୩୦ଲକ୍ଷ ଟଙ୍କା ମଗାଯାଇ ତାଙ୍କ ସ୍ତ୍ରୀ ଙ୍କୁ ଫୋନ ଯୋଗେ ଧମକ ଦିଅ ଯାଉଥିଲା, ପ୍ରଚୁରଙ୍କ ପତ୍ନୀ ମିନି ଲିମା ସ୍ୱାମୀଙ୍କୁ ହତ୍ୟା ଧମକ ଭୟରେ ବିଭିନ୍ନ ସମୟରେ ଅଭିଯୁକ୍ତଙ୍କ ଏକାଉଣ୍ଟକୁ ୬ଲକ୍ଷ ଟଙ୍କା ପଠାଇଛନ୍ତି ଏହାପରେ ନିରୁପାୟ ହୋଇ ଗତ ମାସ ୨୪ ତାରିଖରେ ପାରଳାଖେମୁଣ୍ଡି ଥାନାର ଦ୍ୱାରସ୍ତ ହୋଇଥିଲେ।ଅପହରଣକାରୀ ଙ୍କ ଫୋନ କଲ ଏବଂ ଫୋନ ପେ ଯୋଗେ ପଠାଯାଇଥିବା ଟଙ୍କା ଓ ବେଙ୍କ୍ ଏକାଉଣ୍ଟ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଏକ ଚାରିଜାଣିଆ ଟିମ୍ ଗଠନ କରି ତଦନ୍ତ କରୁଥିଲା।
ତଦନ୍ତ ସମୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଂଜାମ ଜିଲ୍ଲାର ଦୀପକ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା, ଘଟଣାର ତଦନ୍ତ ବେଳେ ଏହି ମାମଲାରେ ଆଉ ତିନି ଜଣ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ଜାଣିପାରି ଖୋଳତାଡ଼ ଆରମ୍ଭ କରିଥିଲା, ଅନ୍ୟ ତିନିଜଣ ଅଭିଯୁକ୍ତ ହେଲେ କବିରାଜ ମାଳି, ଚୈତନ୍ୟ ମାଳି, ଶିବାଜୀ ମାଳି।ଏହି ସମସ୍ତ ଅଭିଯୁକ୍ତ ଗଜପତି ଜିଲ୍ଲା କାଶୀନଗର ବ୍ଲକ ବଡ ଖିଙ୍ଗା ଗ୍ରାମର ବୋଲି ଜଣାପଡିଛି।